Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୨୨୦ କୋଟି ଟଙ୍କାର କୋକେନ୍ ଜବତ ଘଟଣା, ଏନସିବି ଟିମ୍‌ର ଛାନ୍‌ଭିନ୍

by ସଞ୍ଜୟ ସ୍ୱାଇଁ
December 4, 2023
in Crime, State
୨୨୦ କୋଟି ଟଙ୍କାର କୋକେନ୍ ଜବତ ଘଟଣା, ଏନସିବି ଟିମ୍‌ର ଛାନ୍‌ଭିନ୍
45
VIEWS
Share on FacebookShare on Twitter

ଜଗତସିଂହପୁର, (ବାଘୁଆବାର୍ତ୍ତା): ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ୨୨୦କୋଟି ଟଙ୍କାର ଜବତ ହୋଇଥିବା କୋକେନକୁ ନେଇ ଚାଲିଥିବା ତଦନ୍ତ ଆଜି ଚତୁର୍ଥ ଦିନରେ ପହଁଚିଛି । ଦିଲ୍ଲୀର ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋର ଦୁଇଜଣିଆ ତଦନ୍ତକାରୀ ଦଳ ପାରାଦୀପ ରେ ପହଂଚି ଜାହାଜର ପ୍ରତେକ କ୍ରିୟୁ ମେମ୍ବରମାନଙ୍କୁ ପଚରା ଉଚରା କରୁଥିବା ବେଳେ ଭାଷା ଗତ ସମସ୍ୟା ଯୋଗୁ ତଦନ୍ତରେ କିଛି ପରିମାଣରେ ସମସ୍ୟା ଉପଜିଥିବାର ସୂଚନା ମିଳିଛି । ଜାହାଜରେ ଥିବା କ୍ରିୟୁ ମେମ୍ବର ମାନେ ଭିଏତନାମାର ହୋଇଥିବାରୁ ସେମାନଙ୍କ ସହ କଥା ହେବାକୁ ଟ୍ରାନ୍ସଲେଟର ସହାୟତା ନିଆଯିବ ବୋଲି ଜଣାଯାଇଛି । ଜବତ ହୋଇଥିବା ସମସ୍ତ କୋକେନ୍ ଗତ କାଲି କଡା ସୁରକ୍ଷା ଭିତରେ କଷ୍ଟମ ବିଭାଗ ଅଧିନକୁ ନିଆଯାଇଛି । ଏତେ ପରିମାଣର କୋକେନ କିଏ କେଉଁଠୁ ଆଣିଥିଲା ଓ କେଉଠିକୁ ଯାଇଥାନ୍ତା । ଓଡିଶା ମଧ୍ୟରେ ପ୍ରବେଶ କରିଥାନ୍ତା କି ନାହିଁ ଏସବୁ ଘଟଣାର ଟିକିନିଖି ତଦନ୍ତ ଚାଲିଥିବା ବେଳେ ଜାହାଜ ଭିତରୁ ଜଣେ ଯୁବକ କିଛି ପ୍ୟାକେଟ ଅଣ୍ଟାରେ ଜାକି ବାହାରକୁ ଆସୁଥିବାର ଏକ ଭିଡିଓ ଭାଇରାଲ ହେବା ପରେ ଅନେକ ସନ୍ଦେହକୁ ଘନୀଭୂତ କରିଛି । ତେବେ ଭାଇରାଲ ଭିଡିଓ ଟି ଜବତ ହୋଇଥିବା ଜାହାଜର କି ନୁହେଁ ତାହା ସ୍ପଷ୍ଟ ହୋଇ ନଥିବା ସହ ସମ୍ପୃକ୍ତ ଯୁବକକୁ ଚିହ୍ନଟ କରାଯାଇନାହିଁ । ଜାହାଜର ସମସ୍ତ ସଦସ୍ୟଙ୍କୁ ଅଟକ ରଖା ଯାଇଥିବା ବେଳେ ଜାହାଜରେ ପଣ୍ୟ ବୋଝେଇ ପ୍ରକ୍ରିୟା ମଧ୍ୟ ବନ୍ଦ କରାଯାଇଛି । ଇଣ୍ଡୋନେସିଆରୁ ଜାହାଜଟି ଆସିଥିବା ବେଳେ ପାରାଦୀପରୁ ଷ୍ଟିଲ ପ୍ଲେଟ ନେଇ ଡେନମାର୍କ ଯିବାର ଥିଲା । ଜାହାଜରୁ କୋକେନ କଷ୍ଟମ ବିଭାଗ ଜବତ କଲା ପରେ ଏବେ ଏନସିବି ଟିମ୍ ଦ୍ଵାରା ତଦନ୍ତକୁ ନେଇ ବନ୍ଦର ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି । ଆରପଟେ ସିଜ୍ ହୋଇଥିବା ଜାହାଜ ଫେରିବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି । ଏହା ବର୍ଥ ଭିତରେ ଅଧିକ ଦିନ ରହିବା ସମ୍ଭବ ହେଉ ନଥିବାରୁ । ଜାହାଜ ଟିକୁ କେଉଁଠି ରଖାଯିବ ତାକୁ ନେଇ ମଧ୍ୟ ସମସ୍ୟା ସୃଷ୍ଟି ହୋଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!