ନୟାଗଡ଼,(ବାଘୁଆବାର୍ତ୍ତା): କରୋନା ମହାମାରୀରେ ମଣିଷ ସମାଜ ସଢ଼ୁଥିବା ବେଳେ ଭାରତ ସରକାର ନିଜର କର୍ପୋରେଟ ସପକ୍ଷବାଦୀ ଗୁପ୍ତ କର୍ମସୂଚୀକୁ ଗୋଟିକ ପରେ ଗୋଟିଏ କାର୍ଯ୍ୟକାରୀ କରି ଚାଲିଛନ୍ତି । ଶତାଧିକ ଟ୍ରେନକୁ ପ୍ରଥମ ପର୍ଯ୍ୟାୟରେ ଘରୋଇକରଣ କରିବାର ନିଷ୍ପତ୍ତି ଏହାର ବଳିଷ୍ଠ ପ୍ରମାଣ ବୋଲି ନୟାଗଡ଼ ଟାଉନ ରେଳଷ୍ଟେସନଠାରେ ସିଆଟିୟୁ ବରିଷ୍ଠ ନେତାମାନେ ବ୍ୟକ୍ତ କରିଛନ୍ତି । କେନ୍ଦ୍ର ସରକାର ସମସ୍ତ ଶ୍ରମିକ, କୃଷକ ଓ ସର୍ବୋପରି ଜନବିରୋଧି ନୀତିକୁ କାର୍ଯ୍ୟକାରୀ କରିବା ଉଦ୍ଦ୍ୟେଶରେ ରେଳପଥ ସହିତ ଅନ୍ୟାନ କ୍ଷେତ୍ରକୁ ମଧ୍ୟ ଘରୋଇ କରଣ କରିବା ଉଦ୍ଦେଶ୍ୟ ସରକାରଙ୍କ ଅସଲ ଚେହେରା ପଦାରେ ପକାଇଛି ବୋଲି କହିଛନ୍ତି । ଏଭଳି ଆତ୍ମଘାତୀ ନିଷ୍ପତ୍ତିରୁ ନୃବୃତ୍ତ ନହେଲେ ଜନସାଧାରଣ ଗଣସଂଗ୍ରାମ ଦ୍ୱାରା ଏହାର ଜବାବ୍ ଦେବେ ବୋଲି ବରିଷ୍ଠ ନେତା ବିଶ୍ୱନାଥ ମହାପାତ୍ର, ଶରତ ଚନ୍ଦ୍ର ବେହେରା, ସୁରେଶ ଚନ୍ଦ୍ର ସ୍ୱାଇଁ, ଏସ୍ଏ କରିମ୍, ପବିତ୍ର ଇନ୍ଦ୍ରଜିତ, ଆଲୋକ ପ୍ରଧାନ, ସରୋଜ ନାୟକ, ଜୟନ୍ତୀ ଦାଶ ପ୍ରମୂଖ ଚେତାବନୀ ଦେଇଛନ୍ତି ।





