Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜମିସ୍ତ୍ରୀ ପ୍ରେମରେ ପିଙ୍କି, ପୁଅକୁ କବାଟ ଦେଇ ସୁପାରି କିଲର ମାଧ୍ୟମରେ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

by ସଞ୍ଜୟ ସ୍ୱାଇଁ
December 3, 2023
in Crime, NATIONAL NEWS
ରାଜମିସ୍ତ୍ରୀ ପ୍ରେମରେ ପିଙ୍କି, ପୁଅକୁ କବାଟ ଦେଇ ସୁପାରି କିଲର ମାଧ୍ୟମରେ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ
258
VIEWS
Share on FacebookShare on Twitter

ଉତ୍ତରପ୍ରଦେଶ, (ବାଘୁଆବାର୍ତ୍ତା) : ପ୍ରେମ ଅନ୍ଧ ଏକଥା ଆମେ ଜାଣିଛେ । କିନ୍ତୁ ଏହି ପ୍ରେମ ମଣିଷକୁ ଏତେ ଅନ୍ଧ କରିଦିଏ ଯେ ଯାହାର ଜ୍ୱଳନ୍ତ ଉଦାରଣ ନିକଟରେ ଦେଖିବାକୁ ମିଳିଛି । ଜଣେ ମହିଳା ୪୫ କୋଟି ସମ୍ପତ୍ତିର ମାଲିକ ସ୍ୱାମୀକୁ ଛାଡ଼ି ରାଜମିସ୍ତ୍ରୀ ପ୍ରେମରେ ପଡ଼ି ଅନ୍ଧ ହୋଇଯାଇଛନ୍ତି । ଯାହାର ପରିଣାମ ସୂରୁପ ତାଙ୍କ ସ୍ୱାମୀକୁ ଜୀବନରୁ ମାରିଦେବାକୁ ସୁପାରୀ ଦେଇ ହତ୍ୟା କରିଛନ୍ତି । ଏହି ଘଟଣା କୌଣସି ଫିଲ୍ମର କାହାଣୀଠାରୁ କିଛି କମ୍ ନୁହେଁ । ବିଶ୍ୱାସ ନହେଉଥିଲେ ମଧ୍ୟ ସମ୍ପୂର୍ଣ୍ଣ ସତ ଘଟଣା । ଏଭଳି ଚାଞ୍ଚଲ୍ୟକର ଘଟଣା ଉତ୍ତରପ୍ରଦେଶର କାନପୁରରେ ଘଟିଛି । ୪୫ କୋଟି ସମ୍ପତ୍ତିର ମାଲିକ ଶିକ୍ଷକ ରାଜେଶ ଗୌତମଙ୍କ ହତ୍ୟା କରାଯାଇଛି । ଏହି ହତ୍ୟା ପଛରେ ତାଙ୍କ ସ୍ତ୍ରୀର ହାତ ଥିବା ଜାଣିବାକୁ ମିଳିଛି । ତେବେ ପ୍ରକୃତରେ ଘଟଣା ଥିଲା ଏପରି, ଶିକ୍ଷକ ରାଜେଶ ଗୌତମ କାନପୁରର କୋୟଲା ନଗରରେ ନୂଆ ଘର ନିର୍ମାଣ କରିଥିଲେ । ଏହି ଘର ନିର୍ମାଣ କାର‌୍ୟ୍ୟ ପାଇଁ ଶୈଳେନ୍ଦ୍ର ସୋନକର୍‌ଙ୍କୁ ନିଯୁକ୍ତି ଦେଇଥିଲେ । ଏହି ବାହାନାରେ ଶୈଳେନ୍ଦ୍ର ରାଜେଶଙ୍କ ଘରକୁ ବାରମ୍ବାର ଆସୁଥିଲା । ରାଜେଶ୍‌ଙ୍କ ପତ୍ନୀ ଦେଖିବାକୁ ଖୁବ ସୁନ୍ଦର ଥିଲେ ଶୈଳେନ୍ଦ୍ରଙ୍କ ନଜର ପିଙ୍କିଙ୍କ ଉପରେ ପଡ଼ିଥିଲା । ଆଉ ତା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଉଭୟଙ୍କ ପ୍ରେମ ଧିରେ ଧିରେ ଏତେ ନିବିଡ଼ ହୋଇଥିଲା ଯେ । ପରସ୍ପର ପରସ୍ପରଙ୍କୁ ଦିନେ ନ ଭେଟି ରହି ପାରୁନଥିଲେ । ଏପରିକି ରାଜେଶ୍ ନଥିବା ସମୟରେ ଶୈଳେନ୍ଦ୍ର ପିଙ୍କିଙ୍କୁ ଭେଟିବାକୁ ତାଙ୍କ ଘରକୁ ଯାଉଥିଲେ । ଏହି କଥା ଶେଳେନ୍ଦ୍ରଙ୍କ କାନରେ ପଡ଼ିଥିଲା । ଆଉ ଶୈଳେନ୍ଦ୍ରଙ୍କ କଥାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବହୁତ୍ ଝଗଡ଼ା ଲାଗି ରହୁଥିଲା । ଯେତେବେଳେ ବିବାଦ ଉଗ୍ର ରୁପ ଧାରଣ କଲା ସେତେବେଳେ ପିଙ୍କି ଶୈଳେନ୍ଦ୍ର ସହ ମିଶି ରାଜେଶଙ୍କୁ ହତ୍ୟା କରିବାକୁ ରଚିଥିଲେ ଷଡଯନ୍ତ୍ର । ରାଜେଶଙ୍କୁ ମାରିବାକୁ ୪ ଲକ୍ଷ ଟଙ୍କାର ସୁପାରୀ ଦେଇଥିଲେ ପିଙ୍କି । ନଭେମ୍ବର ୪ ତାରିଖ ଦିନ ରାଜେଶ ଯାଉଥିବା ସମୟରେ ଶୈଳେନ୍ଦ୍ର ଓ ସୁପାରୀ ନେଇଥିବା ଲୋକ ଏକ କାରରେ ଆସି ରାଜେଶକୁ ଧକ୍କା ଦେଇ ଚାଲିଯାଇଥିଲା । ପୋଲିସ ଏହି ଘଟଣାର ତଦନ୍ତ କରି ଏହାକୁ ଦୁର୍ଘଟଣା ଜନିତ ମୃତ୍ୟୁ ଭାବି ମାମଲା ବନ୍ଦ କରିଦେଇଥିଲେ । ହେଲେ ରାଜେଶ ଭାଇଙ୍କ ଅଭିଯୋଗକୁ ଆଧାର କରି ପୁଣି ଥରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଏହି ମାମଲାର ତଦନ୍ତ କରିବା ପରେ ପୋଲିସ ହାତରେ ସିସିଟିଭି ଭିଜୁଆଲ୍ ଲାଗିଥିଲା । ଯେଉଁଥିରେ ଶୈଳେନ୍ଦ୍ର ଏବଂ ସୁପାରୀ କିଲର୍‌ଙ୍କ ଭିଜୁଆଲ୍ ସ୍ପଷ୍ଟ ଜଣାପଡ଼ୁଥିଲା । ପୋଲିସ ଅଧିକ ତଦନ୍ତ କରିବା ପରେ ଜଣାପଡ଼ିଥିଲା । ଯେ ଏହି ସୁଚିନ୍ତିତ ହତ୍ୟାକାଣ୍ଡ ପଛରେ କେବଳ ଶୈଳେନ୍ଦ୍ରଙ୍କ ହାତ ନଥିଲା ବରଂ ରାଜେଶ୍‌ଙ୍କ ଧର୍ମ ପତ୍ନୀଙ୍କର ସମ୍ପୂର୍ଣ୍ଣ ହାତ ଥିଲା । ପିିଙ୍କିଙ୍କ ପ୍ରେମରେ ରାଜେଶ୍ ବାଧା ଦେବାରୁୁ ଷଡ଼ଯନ୍ତ୍ର କରି ତାଙ୍କୁ ରାସ୍ତାରୁ ହଟାଇଛନ୍ତି । ତେବେ ପୋଲିସ କହିବାନୁଯାୟୀ, ଘଟଣା ଘଟିବା ଦିନ ପିଙ୍କିଙ୍କ ପୁଅ ବାପାଙ୍କ ସହ ବାହାରକୁ ଯିବା ପାଇଁ ଜିଦ୍ ଧରିଥିଲା । ମାତ୍ର ପିଙ୍କି ତାଙ୍କୁ ଅଟକାଇବା ସହ ଘର ଭିତରକୁ ଡାକି ବାଥରୁମରେ ପୁରାଇ କବାଟ ଦେଇଥିଲେ । ତେବେ ସବୁଠୁ ଆଶ୍ଚର‌୍ୟ୍ୟକର କଥା ହେଉଛି ଏହି ହତ୍ୟାକାଣ୍ଡରେ ରଚାଯାଇଥିବା ଷଡ଼ଯନ୍ତ୍ରରେ ପିଙ୍କି ଆଉ ଶୈଳେନ୍ଦ୍ର କଲ୍ ଡିଟେଲ୍ସରୁ ସବୁ କିଛି ସାମ୍ନାକୁ ଆସିଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!