Saturday, June 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜସ୍ଥାନରେ କାହିଁକି ହାରିଲା କଂଗ୍ରେସ, ରାଜନୈତିକ ବିଶେଷଜ୍ଞ କହୁଛନ୍ତି ପ୍ରମୁଖ କାରଣ

by ସଞ୍ଜୟ ସ୍ୱାଇଁ
December 3, 2023
in NATIONAL NEWS, Politics
ରାଜସ୍ଥାନରେ କାହିଁକି ହାରିଲା କଂଗ୍ରେସ, ରାଜନୈତିକ ବିଶେଷଜ୍ଞ କହୁଛନ୍ତି ପ୍ରମୁଖ କାରଣ
220
VIEWS
Share on FacebookShare on Twitter

ରାଜସ୍ଥାନ, (ବାଘୁଆବାର୍ତ୍ତା) : ରାଜସ୍ଥାନ ବିଧାନସଭା ନିର୍ବାଚନ ଫଳାଫଳ ଆସିବାରେ ଲାଗିଛି । ସଦ୍ୟ ସୂଚନା ମୁତାବକ ରାଜସ୍ଥାନରେ ଭୋଟିଂ ହୋଇଥିବା ୧୯୯ ଆସନ ମଧ୍ୟରୁ ବିଜେପି ୧୧୫ ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୬୯ଟି ଆସନରେ ଆଗ୍ରୁଆ ଚାଲିଛି । ସେହିଭଳି ଅନ୍ୟାନ୍ୟ ଦଳମାନେ ୧୬ଟି ଆସନରେ ଆଗୁଆ ଚାଲିଛନ୍ତି । ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଥିବା ଅଶୋକ ଗେହଲଟଙ୍କ ନେତୃତ୍ୱରେ କଂଗ୍ରେସର ପରାଜୟ ପଛରେ ଅନେକ କାରଣ ରାଜନୈତିକ ବିଶ୍ଳେଷକମାନେ କହୁଛନ୍ତି । ତେବେ ଆସନ୍ତୁ ଜାଣିବା ରାଜସ୍ଥାନରେ କଂଗ୍ରେସ ପରାଜୟ ପଛର ମୁଖ୍ୟ ୫ କାରଣ । ପେପର ଲିକ୍ ମାମଲା : ରାଜସ୍ଥାନ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ଯେଉଁ ପ୍ରସଙ୍ଗ ସବୁ ଉଠାଇଥିଲେ ତା ମଧ୍ୟରେ ପେପର ଲିକ୍ ମାମଲା ଅନ୍ୟତମ । ମୋଦୀ ଜନତାଙ୍କୁ ଭରସା ଦେଇଛନ୍ତି କି ରାଜସ୍ଥାନରେ ବିଜେପି ସରକାର ଆସିଲେ ଏହି ମାମଲାର ଯାଂଚ ହେବ । ଲାଲ୍ ଡାଏରୀ ମାମଲା : ରାଜସ୍ଥାନ ରାଜନୀତିରେ ଲାଲ୍ ଡାଏରୀ ମାମଲା ନୂଆ ନୁହେଁ । ଅନେକ ବର୍ଷ ଧରି ଏହି ଲାଲ୍ ଡାଏରୀକୁ ନେଇ ରାଜସ୍ଥାନ ରାଜନୀତି ସରଗରମ ରହିଛି । ରାଜସ୍ଥାନ ସରକାରରେ ମନ୍ତ୍ରୀ ଥିବା ରାଜେନ୍ଦ୍ର ଗୁଡାଙ୍କୁ ସରକାରରୁ ବରଖାସ୍ତ କରାଯିବା ପରେ ସେ ମଧ୍ୟ କହିଥିଲେ କି ବିଧାୟକଙ୍କୁ କିଣାଯିବା ନେଇ ସମସ୍ତ ତଥ୍ୟ ଏହି ଲାଲ ଡାଏରୀରେ ରହିଛି । ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ କି ଏହି ଲାଲ୍ ଡାଏରୀର ପ୍ରତି ପୃଷ୍ଟାରେ ଗେହଲଟଙ୍କ କଳାକାରନାମା ଲିପିବଦ୍ଧ ହୋଇ ରହିଛି । ଦଳୀୟ କନ୍ଦଳ : ରାଜସ୍ଥାନରେ କଂଗ୍ରେସ ଭିତରେ ଥିବା ଦଳୀୟ କନ୍ଦଳ କାହାକୁ ଅଛପା ନାହିଁ । ଏହାର ପ୍ରଭାବ ରାଜ୍ୟର ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ଉପରେ ପଡିଥିବା ଅନୁମାନ ହେଉଛି । ରାଜ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଯୁବନେତା ସଚ୍ଚିନ ପାଇଲଟଙ୍କ ମଧ୍ୟରେ ଦୀର୍ଘଦିନ ଧରି ଅନ୍ତଃକନ୍ଦଳ ଲାଗି ରହିଥିଲା । ମାତ୍ର ନିର୍ବାଚନର କିଛିଦିନ ଆଗରୁ ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେ ଏହାର ସମାଧାନ କରିଥିଲେ ବି ଏହାର ପ୍ରଭାବ ଭୋଟରଙ୍କ ଉପରେ ପଡିନଥିବା ଭଳି ମନେ ହେଉଛି । କହ୍ନେୟାଲାଲ ହତ୍ୟାକାଣ୍ଡ : ରାଜସ୍ଥାନ ନିର୍ବାଚନ ପ୍ରଚାରରେ ପ୍ରଧାନମନ୍ତ୍ରୀ ମୋଦୀ କହ୍ନେୟାଲାଲ୍ ହତ୍ୟାକାଣ୍ଡ ପ୍ରସଙ୍ଗ ଉଠାଇଥିଲେ । ସେ କହିଥିଲେ କି ରାଜ୍ୟରେ ବିଜୟୀ ହେବାକୁ ଚାହୁଁଛନ୍ତି ଯଦି ପ୍ରଥମେ ମାରୱାଡ ଆସନ ଜିତି ଦେଖାଅ (ମାରୱାଡ ବିଧାନସଭା କ୍ଷେତ୍ରରେ କହ୍ନେୟାଲାଲଙ୍କ ଘର) । କହ୍ନେୟାଲାଲ ହତ୍ୟାକାଣ୍ଡକୁ ନେଇ ବିଜେପି କଂଗ୍ରେସ ଉପରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଥିଲା । ଏହାପରେ ଏହା ଉପରେ ପ୍ରତିକ୍ରିୟା ରଖିଥିଲେ ଅଶୋକ ଗେହଲଟ । ହେଲେ ତାହା ଫଳଫ୍ରଦ ହୋଇନାହିଁ । ଇଡିର ଚଢାଉ : ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ କ୍ରମରେ ଦୁଇଟି ରାଜ୍ୟରେ ଇଡି ପ୍ରବେଶ କରିଥିଲା । ରାଜସ୍ଥାନ କଂଗ୍ରେସ ଅଧ୍ୟକ୍ଷ ଗୋବିନ୍ଦ ସିଂ ଡୋଟାସାରା ଓ କଂଗ୍ରେସର ବିଧାୟକ ପ୍ରାର୍ଥୀ ଓମପ୍ରକାଶ ହୋଡଲାଙ୍କ ଘରେ ପେପର ଲିକ୍ ମାମଲାରେ ଇଡି ଚଢାଉ କରିଥିଲା । ଏହି ମାମଲାରେ ଅଶୋକ ଗେହଲଟ୍ ଏକ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାର ଓ ଇଡି ମଧ୍ୟରେ ମଧୁର ସଂପର୍କ ଥିବା ଅଭିଯୋଗ କରିଥିଲେ । ହେଲେ କଂଗ୍ରେସ ପରାଜୟ ପଛରେ ଏହା ଏକ ବଡ କାରଣ ବୋଲି କୁହାଯାଉଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!