ତେଲେଙ୍ଗାନା, (ବାଘୁଆବାର୍ତ୍ତା): ଭୋଟ୍ ଗଣତି ମଧ୍ୟରେ ତେଲେଙ୍ଗାନାରେ ପହଞ୍ଚିଲେ କଂଗ୍ରେସ ନେତା ତଥା କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର। ଦଳ ଏଠାରେ ଲିଡ୍ କରୁଥିବାରୁ ପାର୍ଟିକୁ ମଜବୁତ କରିବା ପାଇଁ ହାଇଦ୍ରାବାଦରେ ପହଞ୍ଚିଛନ୍ତି ଶିବକୁମାର। ଏକଜିଟ୍ ପୋଲ୍ ଆକଳନ ପରେ କଂଗ୍ରେସ ହାଇକମାଣ୍ଡ ପୂର୍ବରୁ ଶିବକୁମାରଙ୍କୁ ତେଲେଙ୍ଗାନା ଦାୟିତ୍ୱ ଦେଇଥିଲେ। ଦଳ ଏଠାରେ ଲିଡ୍ କରୁଥିବାରୁ ବିଧାୟକ ପ୍ରାର୍ଥୀଙ୍କ ସାଥ୍ ଦେବାକୁ ତେଲେଙ୍ଗାନାରେ ପହଞ୍ଚିଛନ୍ତି ଶିବକୁମାର। ହାଇଦ୍ରାବାଦର ତାଜ କୃଷ୍ଣ ହୋଟେଲ ନିକଟରେ ଏକାଧିକ ବସ୍ ଧାଡି ଧାଡି ହୋଇ ଠିଆହୋଇଛି। ଏହି ସବୁ ବସ୍ କଂଗ୍ରେସର ବୋଲି ବିଶେଷ ସୂତ୍ରରୁ ପ୍ରକାଶ ପାଇଛି। କଂଗ୍ରେସର \’ସମସ୍ୟା ସମାଧାନକାରୀ\’ କୁହାଯାଉଥିବା ଶିବକୁମାର ପୂର୍ବରୁ ଏଠାରେ କଂଗ୍ରେସ ବିଜୟୀ ନେଇ ଦୃଢୋକ୍ତି ବାଢିଥିଲେ। ସେ କହିଥିଲେ, ଏଥର ତେଲେଙ୍ଗାନାରେ କଂଗ୍ରେସ ବିଜୟୀ ହେବ ବୋଲି ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ଏବଂ ଦଳର ବିଧାୟକମାନଙ୍କୁ ମାତ୍ ଦେବା ବିରୋଧୀ ଦଳକୁ କଷ୍ଟକର ହେବ। ଖବର ଲେଖା ହେବା ସୁଦ୍ଧା ତେଲେଙ୍ଗାନାର ମୋଟ ୧୧୯ ଆସନ ମଧ୍ୟରୁ କଂଗ୍ରେସ ୬୯ ଟି ଆସନରେ ଆଗୁଆ ଥିବାବେଳେ ମୁଖ୍ୟମନ୍ତ୍ରୀ କେସିଆରଙ୍କ ବିଆରଏସ୍ ୩୮, ବିଜେପି ୮ ଏବଂ ଅନ୍ୟାନ୍ୟ ୪ଟି ପାଇଛନ୍ତି।





