ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଛି । ରାଜ୍ୟରେ ନୂଆ ୭୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ହଜାର ୧୧୦ରେ ପଂହଚିଛି । ସେଥିମଧ୍ୟରେ ୪୭୯ ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୨୩୯ ଟି ବାହ୍ୟ ପଜେଟିଭ ବୋଲି ସୂଚନା ମିଳିଛି । ସେଥିମଧ୍ୟରେ ଅନୁଗୁଳ ୯, ବାଲେଶ୍ୱର ୯, ଭଦ୍ରକ ୪, କଟକ ୩୨, ଢେଙ୍କାନାଳ ୬, ଗଜପତି ୨୧, ଗଂଜାମ ୨୩୧, ଜଗତସିଂହପୁର ୧୬, ଝାରସୁଗୁଡ଼ା ୨୪, କନ୍ଧମାଳ ୭, କେନ୍ଦ୍ରାପଡ଼ା ୪, କେନ୍ଦୁଝର ୨୮, ଖୋର୍ଦ୍ଧା ୧୫୦, କୋରାପୁଟ ୨୭, ମାଲକାନଗିରି ୫୪, ମୟୁରଭଂଜ ୨୨, ନୟାଗଡ଼ ୧୩, ପୁରୀ ୯, ରାୟଗଡ଼ା ୧୯, ସମ୍ବଲପୁର ୭, ସୋନପୁର ୫, ସୁନ୍ଦରଗଡ଼ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୫୧୨୪ ଟି ମାମଲା ସକ୍ରିୟ ରହିଥିବା ୧୦୮୮୭ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।





