ଖଣ୍ଡପଡା, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ ପ୍ରମୂଖ ଆଜି ଖଣ୍ଡପଡ଼ା ବ୍ଲକ ଗସ୍ତ କରିଛନ୍ତି । ଖଣ୍ଡପଡ଼ା ବ୍ଲକର ବିଭିନ୍ନ ପଂଚାୟତରେ ନିର୍ମାଣ କରାଯାଇଥିବା ଅସ୍ଥାୟୀ ଚିକିତ୍ସା କେନ୍ଦ୍ରକୁ ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକ ବୁଲି ଦେଖିବା ସହ ବ୍ଲକ କର୍ତ୍ତୁପକ୍ଷଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ଶିଖରପୁର, ଯୋଗିଆପଲ୍ଲୀ ସମେତ ବହୁ ଅସ୍ଥାୟୀ କେନ୍ଦ୍ର ଜିଲ୍ଲାପାଳ ପରିଦର୍ଶନ କରିଥିବା ଜଣାଯାଇଛି ।





