ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ଚଳିତ ବର୍ଷ ୨୯ତମ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇ ଯାଇଅଛି । ଉକ୍ତ କାର୍ଯ୍ୟକ୍ରମକୁ ନୟାଗଡ଼ ଆରକ୍ଷୀ ପ୍ରଶିକ୍ଷଣ ବିଦ୍ୟାଳୟର ଅଧୀକ୍ଷକ ଭବେଶ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ ଦେଇ ଉଦ୍ଘାଟନ କରିଥିଲେ । କ୍ରୀଡା ମାଧ୍ୟମ ରେ ଶିକ୍ଷାର ଉନ୍ନତି କିପରି ସମ୍ଭବ କରାଯାଇହେବ ତାହା ଶିଶୁ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ।
ଏହି କ୍ରୀଡା ରେ ୩୦୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଯୋଗଦାନ ଦେଇ ଶପଥ ପାଠ କରିଥିଲେ। ଆୟୋଜିତ କାର୍ୟ୍ୟକ୍ରମରେ ବିଦ୍ୟାଳୟ ର ସମ୍ପାଦକ ଶ୍ରୀ ଭାସ୍କରଚନ୍ଦ୍ର ସାହୁ, ପ୍ରଧାନ ଆଚାର୍ୟ୍ୟ ଶ୍ରୀ ଅମ୍ବିକା ପ୍ରସାଦ ପଟ୍ଟନାୟକ ଏବଂ ଶିଶୁ ଭାରତୀ ଭାଇ ଭଉଣୀ, ଆଚାର୍ୟ୍ୟ ଆଚାର୍ୟ୍ୟା ମନାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କ୍ରୀଡା ର ପ୍ରଥମ ଦିବସ ଟି ଅତିବାହିତ ହୋଇଥିଲା।






