ବାରିପଦା, (ବାଘୁଆବାର୍ତ୍ତା): ଭିଜିଲାନ୍ସ ଜାଲରେ ରାସଗୋବିନ୍ଦପୁର ଉଠା ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଗୁରା ସିଂ । ଏକ ବୋରୱେଲ କାର୍ୟ୍ୟର ସର୍ଭେ କରିବା ପାଇଁ ଜନୈକ ଧର୍ମପଦ ବେହେରାଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବାରମାଇଲ ଛକ ନିକଟରେ ଧରିଛି ଭିଜିଲାନ୍ସ । ସୂଚନାଯୋଗ୍ୟ ଯେ, ରାଶୋଳ ଗାଁର ଖଗେଶ୍ୱର ବେହେରାଙ୍କ ଜମିରେ ଏକ ଉଠା ଜଳସେଚନ ପଏଣ୍ଟ ଖୋଳିବା ଲାଗି ଆବେଦନ କରିଥିଲେ । ସରଜମିନ ରିପୋର୍ଟ ଦେବା ଲାଗି ସହକାରୀ ଯନ୍ତ୍ରୀ ଗୁରା ସିଂ ଖଗେଶ୍ୱରଙ୍କ ପୁଅ ଧର୍ମପଦ ବେହେରାଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ବାରିପଦା ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଯନ୍ତ୍ରୀଙ୍କୁ ବାରିପଦା ଭିଜିଲାନ୍ସ ଅଫିସକୁ ଆଣି ଅଧିକ ପଚରାଉଚରା କରାଯାଉଛି ।





