ବେଗୁନିଆ, (ବାଘୁଆବାର୍ତ୍ତା): ୯ ହଜାର ଟଙ୍କାର ଜାଲନୋଟ ହାତରେ ଧରାଇ ଏକ ଛେଳିନେଇ ଛୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧାଜିଲା ବେଗୁନିଆ ବ୍ଲକ ତଥା ଜଙ୍କିଆ ଥାନା ସିକୋ ଫାଣ୍ଡି ଅନ୍ତର୍ଗତ ହଜ ଗ୍ରାମରେ । ସୁଚନାନୁସାରେ ହଜ ଆଦିବାସୀ ସାହିର ପାଣ୍ଡବ ନାୟକ ନାମକ ଜଣେ ୭୦ବର୍ଷ ବୟସ୍କ ଗରିବ ବୃଦ୍ଧ ନିଜେ ପାଳିଥିବା କେତେକ ଛେଳିକୁ ନେଇ ହଜ-ସିକୋ ରାସ୍ତାର ଟାଙ୍କୋଳ ଛକ ନିକଟରେ ରାସ୍ତାପାର୍ଶ୍ବରେ ଥିବା ଜଙ୍ଗଲରେ ଛେଳି ଚରାଉଥିଲେ । ଏତିକିବେଳେ ହଜରୁ ସିକୋ ଅଭିମୂଖେ ଏକ ନୀଳରଙ୍ଗର ବାଇକରେ ଯାଉଥିବା ଜଣେ ଅଚିହ୍ନାବ୍ୟକ୍ତି ଗୋଠରେ ଥିବା ବଡଛେଳି(ବୋଦା)କୁ ମୂଲଚାଲ କରିଥିଲା। ଶେଷରେ ଏହା ୯ହଜାର ଟଙ୍କାରେ ବିକ୍ରି କରାଯିବ ବୋଲି ସ୍ଥିର କରାଯାଇଥିଲା। ଏହି ଅଚିହ୍ନା ଦୁର୍ବୁତ୍ତ ଜଣକ ପାଖରେ ରଖିଥିବା ଏକ ବଡବ୍ୟାଗରେ ଛେଳିଟିକୁ ଭର୍ତିକରି ବଜାରରେ ପିଲାଙ୍କ ଖେଳଣାଭାବେ ବିକ୍ରି କରାଯାଉଥିବା ଜାଲ ୯ହଜାର ଟଙ୍କା ବୃଦ୍ଧ ଜଣଙ୍କ ହାତରେ ଧରାଇ ସେଠାରୁ ଫେରାର ହୋଇଯାଇଥିଲା। ବୃଦ୍ଧଲୋକ ଜଣକ ଏହା ଅସଲି କି ନକଲି ପ୍ରଥମେ ଜାଣିପାରିନଥିଲେ। ପରେ ଘରକୁ ଅନ୍ୟ ଛେଳିମାନଙ୍କୁ ଧରି ଫେରିବାପରେ ଘରଲୋକ ଏକା ନକଲି ନୋଟ ବୋଲି ଜଣାପଡିଥିଲା। ତେବେ ବୟସାଧିକହେତୁ ବୃଦ୍ଧଜଣକ ପୋଲିସ ନିକଟରେ ଅଭିଯୋଗ କରିନାହାନ୍ତି। ଏ ଅଞ୍ଚଳରେ ଏହିଭଳି ଅନେକ ଦୃବୁର୍ତ ବୁଲୁଛନ୍ତି। ସ୍ଥାନୀୟ ଅଞ୍ଚଳରେ ବ୍ରାଉନସୁଗାରର ଅବାଧ ବିକ୍ରି ଓ ସେବନକୁ ନେଇ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ସାଧାରଣରେ ମତପ୍ରକାଶ ପାଇଛି। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତୁପକ୍ଷ ତୁରନ୍ତ ଦୃଷ୍ଟିଦେଇ ନିରପେକ୍ଷ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି।





