ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଟାଉନ ଥାନା ପୁଲିସକୁ ମିଳିଛି ବଡ଼ ସଫଳତା । ଜରେ ଗଞ୍ଜେଇ ବେପାରୀକୁ ଧରିବାରେ ସଫଳ ହୋଇଛନ୍ତି । ସେ ବ୍ୟକ୍ତି ଜଣଙ୍କ ପୂର୍ବରୁ ବ୍ରାଉନସୁଗାର ବେପାର କରୁଥିଲେ । ରଣପୁର ଥାନାରେ ୨୪/୨୧ ରେ ଏକ ମାମଲା ରହିଛି । ସୁଚନାନୁସାରେ ନୟାଗଡ଼ ଟାଉନ ଥାନା ପୁଲିସ କୌଣସି ସୁତ୍ରରୁ ଖବର ପାଇ ଘଡୁଆଳ ଛକଠାରେ ଏକ କାରକୁ ଅଟକାଇଥିଲେ । ଚେକିଙ୍ଗ୍ କରିବା ବେଳେ ଉକ୍ତ ଗାଡ଼ିରୁ ୧୫ କେଜି ଗଞ୍ଜେଇ ମିଳିଥିଲା । ସୁନାଖଳାର ଶରତ କୁମାର ଚିନରାଙ୍କ ପୁଅ ପ୍ରଣବ କୁମାର ଚିନରା (ପିଙ୍କୁ)ଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି । ଏଥି ସହିତ ଓଡି୦୨-ଏଏଫ-୫୯୯୫ କାରକୁ ପୁଲିସ ଜବତ କରିଛି । ନୟାଗଡ଼ ଟାଉନ ଥାନା କେସ୍ ନଂ ୩୧୩/୨୩ ରେ ଏକ ମାମଲା ରୁଜ କରାଯାଇ ଆସାମିକୁ କୋର୍ଟ ଫରୁୱାର୍ଡ କରାଯାଇଛି ।





