ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଛି । ରାଜ୍ୟରେ ନୂଆ ୪୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ୩୯୨ ପଂହଚିଛି । ସେଥିମଧ୍ୟରେ ୩୨୨ ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୧୭୨ ଟି ବାହ୍ୟ ପଜେଟିଭ ବୋଲି ସୂଚନା ମିଳିଛି । ସେଥିମଧ୍ୟରେ ଅନୁଗୁଳ ୧, ବାଲେଶ୍ୱର ୨୧, ଭଦ୍ରକ ୭, ବଲାଙ୍ଗିର ୩, ବୈାଦ ୨, କଟକ ୩୮, ଗଂଜାମ ୨୪୬, ଜଗତସିଂହପୁର ୧, ଯାଜପୁର ୧୫, କଳାହାଣ୍ଡି ୨, କେନ୍ଦ୍ରାପଡ଼ା ୧୧, କେନ୍ଦୁଝର ୧୦, ଖୋର୍ଦ୍ଧା ୬୪, କୋରାପୁଟ ୪, ମାଲକାନଗିରି ୪, ମୟୁରଭଂଜ ୧୪, ନୟାଗଡ଼ ୧୬, ପୁରୀ ୭, ରାୟଗଡ଼ା ୧, ସମ୍ବଲପୁର ୪, ସୁନ୍ଦରଗଡ଼ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୪୮୧୩ ଟି ମାମଲା ସକ୍ରିୟ ରହିଥିବା ୧୦୪୭୬ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।





