Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଧ୍ୱଂସସ୍ତୂପ ତଳୁ ଜୀବନ୍ତ ବାହାରିଲା ନବଜାତ ଶିଶୁ, ୩୭ ଦିନର ସଂଘର୍ଷ, ରଖେ ହରି ତ ମାରେ କିଏ

by ସଞ୍ଜୟ ସ୍ୱାଇଁ
November 29, 2023
in WORLD
ଧ୍ୱଂସସ୍ତୂପ ତଳୁ ଜୀବନ୍ତ ବାହାରିଲା ନବଜାତ ଶିଶୁ, ୩୭ ଦିନର ସଂଘର୍ଷ, ରଖେ ହରି ତ ମାରେ କିଏ
328
VIEWS
Share on FacebookShare on Twitter

ଇସ୍ରାଏଲ, (ବାଘୁଆବାର୍ତ୍ତା): କଥାରେ ଅଛି ‘ରଖେ ହରି ତ ମାରେ କିଏ’ । ୟାର ଅର୍ଥ ହେଲା ଭଗବାନ ଯେତେବେଳେ ଯାହାକୁ ବଞ୍ଚାଇବାକୁ ଚାହିଁବେ ସେତେବେଳେ ତାକୁ କେହି ମାରିପାରିବେ ନାହିଁ । ଠିକ ଏହିପରି ଏକ ଘଟଣା ଘଟିଛି ଇସ୍ରାଏଲ-ହମାସ ଯୁଦ୍ଧର ବିଭୀଷିକା ମଧ୍ୟରେ । ସମସ୍ତେ ଜାଣିଛନ୍ତି ଯେ ଗତ ଅକ୍ଟୋବର ୭ ତାରିଖରେ ହମାସ ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ କରିଥିଲା । ଯେଉଁଥିରେ ପରେ ୧୪୦୦ ଜଣ ଇସ୍ରାଏଲ ନାଗରିକ ପ୍ରାଣ ହରାଇଥିଲେ । ତା ବାଦ ଆହୁରି ୨୦୦ ଉର୍ଦ୍ଧ ଲୋକଙ୍କୁ ଅପହରଣ କରିନେଇ ପଣବନ୍ଦୀ କରି ରଖିଛି । ଏହି ଆକ୍ରମଣର ପ୍ରତିବଦଳରେ ଇସ୍ରାଏଲ ହମାସ ଶାସିତ ଗାଜା ଉପରେ ଲଗାତାର ଆକ୍ରମଣ କରି ଆସୁଛି । ଗାଜା ସହର ଏକରକମର ଧ୍ବଂସସ୍ତୂପରେ ପରିଣତ ହେଇଆସିଲାଣି । ଭିଡିଓରେ ଦେଖାଯାଉଛି ଯେ ଏକ ନବଜାତ ଶିଶୁକୁ କିଛି ଉଦ୍ଧାରକର୍ମୀ ଏକ ଭଙ୍ଗା ଘର ଭିତରୁ ଉଦ୍ଧାର କରୁଛନ୍ତି । ସୂଚନାନୁସାରେ ହମାସ ଆକ୍ରମଣର ପ୍ରତିଉତ୍ତରରେ ଇସ୍ରାଏଲ ଗାଜା ଉପରେ ବୋମାବର୍ଷଣ କରିଚାଲିଥିଲା । ଆକ୍ରମଣରେ ଗାଜାର ଅନେକ ଘର ଭାଙ୍ଗି ଧୂଳିସାତ ହେଇଯାଇଥିଲା । ବୋମା ବିସ୍ଫୋରଣ ଯୋଗୁଁ ଏହି ଶିଶୁଟିର ଘର ମଧ୍ୟ ସମ୍ପୂର୍ଣରୂପେ ନଷ୍ଟ ହୋଇଯାଇଥିଲା । କୁହାଯାଉଛି ଯେ ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର କିଛି ଦିନ ପରେ ଏହି ନିରୀହ ଶିଶୁଟି ଜନ୍ମ ହୋଇଥିଲା । ବୋମା ବିସ୍ଫୋରଣରେ ଘର ସିନା ନଷ୍ଟ ହୋଇଯାଇଥିଲା କିନ୍ତୁ ଶିଶୁର ନିଶ୍ୱାସ ଚାଲିଥିଲା । ଆଶ୍ଚର୍ଯ୍ୟଜଣକ ଭାବେ ଧ୍ବଂସ ସ୍ତୂପ ତଳେ ପିଲାଟି ୩୭ ଦିନ ଧରି ଜୀବିତ ରହିଥିଲା । ଏହାକୁ ଭଗବାନଙ୍କ ଚମତ୍କାର କୁହାଯିବନି ତ ଆଉ କଣ କୁହାଯିବ । ଦୀର୍ଘ ଏକମାସରୁ ଉର୍ଦ୍ଧ ସମୟ ଧରି ପିଲାଟି କିପରି ବଞ୍ଚି ରହିଥିଲା ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ସୋସିଆଲ ମେଡ଼ିଆରେ ଭାଇରାଲ ହେବାରେ ଲାଗିଛି ଶିଶୁଟିର ଭିଡିଓ – ଉଦ୍ଧାର କାର୍ଯ୍ୟ ସମୟରେ ଉଦ୍ଧାରକର୍ମୀମାନେ ତାକୁ ଘରର ଧ୍ଵଂସାବଶେଷ ଭିତରୁ ଉଦ୍ଧାର କରିଥିଲେ । ଉଦ୍ଧାର କାର୍ଯ୍ୟ ଚାଲିଥିବା ସମୟରେ ଫଟୋଗ୍ରାଫର ନୁହ ଅଲ୍ ଶଗ୍ନୋବି ଶିଶୁର ଏକ ଭିଡିଓ ପ୍ରସ୍ତୁତ କରି ଏହାକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ଏହା ସହିତ ସେ ଶିଶୁର କାହାଣୀ ମଧ୍ୟ ସେୟାର କରିଥିଲେ । ସୋସିଆଲ ମେଡିଆରେ ସେୟାର ହେବାମାତ୍ରେ ଏହ ବିଦ୍ୟୁତବେଗରେ ଭାଇରାଲ ହେବାରେ ଲାଗିଥିଲା । ଲୋକମାନେ ଏହାକୁ ଭଗବାନଙ୍କ ଚମତ୍କାର ବୋଲି କହୁଛନ୍ତି । ଭିଡିଓରେ ଦେଖିବାକୁ ମିଳୁଛି ଯେ ତିନିଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଉଦ୍ଧାରକର୍ମୀମାନେ ପିଲାଟିକୁ ଭଙ୍ଗାଘରର ଚଟାଣ ତଳୁ ବାହାର କରୁଛନ୍ତି । ଭିଡିଓରେ ଦେଖାଯାଇଛି ଯେ ଘରର ଚଟାଣ ଭାଙ୍ଗି ଯାଇଥିଲା ଏବଂ ପିଲାଟି ସେହି ଭଙ୍ଗା ଚଟାଣ ତଳେ ଏତେ ଦିନ ପର୍ଯ୍ୟନ୍ତ ପୋତି ହୋଇ ରହିଥିଲା । ଶିଶୁଟି ସୁରକ୍ଷିତ ଉଦ୍ଧାର ହେବା ପରେ ରିଲିଫ ଓ ଉଦ୍ଧାର କର୍ମଚାରୀଙ୍କ ମଧ୍ୟରେ ଆନନ୍ଦରେ କୌଣସି ସୀମା ନଥିଲା । ସମସ୍ତେ ତାକୁ ଗୋଟିଏ ପରେ ଗୋଟିଏ କୋଳରେ ନେଇ ଗେଲ କରିବାକୁ ଲାଗୁଛନ୍ତି । ପିଲାଟି ମଧ୍ୟ ନିରୀହ ଆଖିରେ ସମସ୍ତଙ୍କୁ ଚାହୁଁଥାଏ । ନିରୀହ ଶିଶୁଟିର ଜୀବନ ତ ରକ୍ଷା ପାଇଗଲା କିନ୍ତୁ ତା ପିତାମାତା ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ବିଷୟରେ କୌଣସି ଖୋଜଖବର ନାହିଁ । ସେମାନେ ଜୀବିତ ନା ମୃତ କେହି ଜାଣିନାହାନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!