ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଣପୁର ବ୍ଲକ ବିଜେଡି ଯୁବ ସଭାପତି ଆକାଶ କୁମାର ପାଣି ସଂଗଠନକୁ ସୁଦୃଢ଼ କରିବା ପାଇଁ ଦୁଇ ଜଣ ଯୁବକଙ୍କୁ ଜୋନ୍ ଦାୟିତ୍ୱ ଦେଇଛନ୍ତି । ବିଜୟ କୁମାର ନାୟକଙ୍କୁ ଚାନ୍ଦପୁର ଜୋନ୍ ସଭାପତି ଏବଂ ସୈାମେନ୍ଦ୍ର କୁମାର ସ୍ୱାଇଁଙ୍କୁ ଗୋପାଳପୁର ଜୋନ୍ ଯୁବ ସଭାପତି ଭାବେ ନିଯୁକ୍ତ କରିଛନ୍ତି । ବିଜୁ ଯୁବ ଜନତା ଦଳକୁ ତୃଣମୂଳ ସ୍ତରରୁ ମଜବୁତ କରିବା ପାଇଁ ଦୁଇ ଯୁବ ନେତୃତ୍ୱ କାମ କରିବେ ବୋଲି ଜଣାଯାଇଛି ।





