ନୟାଗଡ଼, (ବାଘୁଆବାର୍ତ୍ତା) : କରୋନା ମହାମାରୀ କାୟା ବିସ୍ତାର କରି ଚାଲିଥିବା ବେଳେ ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ କଟକଣା ଜାରି କରିଛନ୍ତି । ମାତ୍ର କଟକଣାକୁ ନମାନିବାରୁ ସ୍ଥାନୀୟ ସଂକ୍ରମଣ ବଢ଼ୁଥିବା ବେଳେ ଏହାକୁ ନେଇ ଚିନ୍ତା ବଢ଼ୁଛି । ଆଜି ନୟାଗଡ଼ ପୈାରାଞ୍ଚଳରେ ଏମ୍ଆଇ କଲୋନୀରେ କଣ୍ଟେନ୍ମେଣ୍ଟ୍ ଜୋନ୍ର ବାଡ଼ ଭାଙ୍ଗି ଲୋକମାନେ ଆତଯାତ କରୁଥିଲେ । ଏ ନେଇ ଖବରପାଇବା ପରେ ଜିଲ୍ଲାପାଳ ଡ. ପୋମା ଟୁଡୁ, ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ୍ଡି, ନୟାଗଡ଼ ଆରକ୍ଷୀ ପ୍ରତ୍ୟୁଷ ଦିୱାକର, ତହସିଲଦାର୍ ଭିକାରୀ ସାହୁ, ପୈାରଞ୍ଚଳ ନିର୍ବାହୀ ସନ୍ତୋଷ କୁମାର ଜେନା ଘଟଣାସ୍ଥଳ ପରିଦର୍ଶନ କରିବା ସହ ଲୋକଙ୍କୁ ବାହାରକୁ ନବାହରିବା ପାଇଁ ତାଗିଦ୍ କରିଛନ୍ତି । ଏଥିସହିତ କଣ୍ଟେନ୍ମେଣ୍ଟଜୋନ୍କୁ ପ୍ରବେଶ କରିଥିବା ଏକ କାରକୁ ଏସ୍ପି ଜବତ କରିଥିବା ଜଣାଯାଇଛି । କୈାଣସି ବି ପରିସ୍ଥିତିରେ ବାହାରକୁ ନାବାହାରିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଥିବା ବେଳେ ଆଗାମୀ ଦିନରେ ଏହା ମହଙ୍ଗା ପଡ଼ିବ ବୋଲି ଜଣାଯାଇଛି ।





