Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରିକ୍ସା ଚୋରି କରୁଥିଲେ ବଙ୍ଗୀୟ ଚୋର, ପ୍ରବଳ ଛେଚା ଖାଇଲେ

by ସଞ୍ଜୟ ସ୍ୱାଇଁ
November 27, 2023
in Crime, State
ରିକ୍ସା ଚୋରି କରୁଥିଲେ ବଙ୍ଗୀୟ ଚୋର, ପ୍ରବଳ ଛେଚା ଖାଇଲେ
77
VIEWS
Share on FacebookShare on Twitter

ବାଲେଶ୍ୱର, (ବାଘୁଆବାର୍ତ୍ତା): ବଙ୍ଗୀୟ ଚୋରଙ୍କ ସାହସ ମାନିବାକୁ ପଡ଼ିବ। ରାତିରେ ଘର ସମ୍ମୁଖରୁ ଚୋରି କରୁଥିଲେ ରିକ୍ସା। ହେଲେ ଗାଁ ଲୋକଙ୍କ ହାତରେ ଧରା ପଡ଼ି ଉତ୍ତମ ମଧ୍ୟମ ଖାଇଲେ। ରାତିସାରା ସେମାନଙ୍କୁ ଗାଁ ଲୋକେ ବାନ୍ଧି ରଖିଲେ। ଏପରି ଅଭିଯୋଗ ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅଞ୍ଚଳରୁ ଆସିଛି। ସବୁଦିନ ପରି ରବିବାର ରାତିରେ ଭୋଗରାଇ ବ୍ଲକ ସାନଆଉସା ଗାଁର ପୁକା ଦଳାଇ ନିଜ ମେଶିନ୍ ଚାଳିକ ରିକ୍ସାକୁ ଘର ସମ୍ମୁଖରେ ରଖିଥିଲେ। ହେଲେ ବିଳମ୍ୱିତ ରାତିରେ ୩ ବଙ୍ଗୀୟ ଚୋର ଗାଁରେ ପଶି ପୁକାଙ୍କ ରିକ୍ସାକୁ ଚୋରି କରିନେଉଥିଲେ। ଚୋରମାନେ ରିକ୍ସାକୁ ନେଇ ଯାଉଥିବା ବେଳେ ଆଉସା ଛକ ନିକଟରେ ପୁକାଙ୍କ ସମ୍ପର୍କୀୟମାନେ ଦେଖିବାକୁ ପାଇଥିଲେ। ଏ ସମ୍ପର୍କରେ ପୁକାଙ୍କୁ ଖବର ଦେବା ସହିତ ୩ ଚୋରକୁ କାବୁ କରିଥିଲେ। ୩ ଜଣଙ୍କୁ ଏକ ରଶିରେ ବାନ୍ଧି ଗାଁକୁ ଆଣିଥିଲେ। ରାତିରେ ସେମାନଙ୍କୁ ବହେ ପିଟିଥିଲେ। ରାତି ସାରା ସେମାନଙ୍କୁ ବାନ୍ଧି ରଖିଥିଲେ। ତେବେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ମିଳିଥିବା ସୂଚନାରୁ ପ୍ରକାଶ, ପୁକା ଦଳାଇଙ୍କର ପୂର୍ବରୁ ମଧ୍ୟ ଗୋଟିଏ ରିକ୍ସା ଚୋରି ହୋଇଥିଲା। ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ। ଆଜି ପର‌୍ୟ୍ୟନ୍ତ ସେହି ମାମଲାରେ ପୁଲିସ୍ କାହାକୁ ଗିରଫ କରିପାରି ନାହିଁ। ଏପରିକି ପୁଲିସ୍ ଚୋରି ହୋଇଥିବା ରିକ୍ସାକୁ ଉଦ୍ଧାର କରିପାରି ନାହିଁ। ତେଣୁ ଧରା ପଡ଼ିଥିବା ଏହି ବଙ୍ଗୀୟ ଚୋରମାନେ ପୂର୍ବ ରିକ୍ସା ଚୋରି କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!