ସୁବର୍ଣ୍ଣପୁର, (ବାଘୁଆବାର୍ତ୍ତା): ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଡାକ୍ତର । ୫,୫୦୦ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡାକ୍ତର ସଂଜୀବ କୁମାର କର । ଉଲୁଣ୍ଡା ବ୍ଲକର ଜାଲୋଏ ଗାଁର ଲକ୍ଷ୍ମଣ ତ୍ରିପାଠୀଙ୍କର ମୋତିଆବିନ୍ଦୁ ଅପରେସନ ପାଇଁ ଡାକ୍ତର ସଂଜୀବ କୁମାର କର ଲାଂଚ ମାଗିଥିଲେ । ଏନେଇ ଲକ୍ଷ୍ମଣ ସୋନପୁର ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ । ଡାକ୍ତର ସଂଜୀବ କୁମାର କରଙ୍କୁ ଭିଜିଲାନ୍ସ ସୋନପୁର ଗ୍ରୀଡ କଲୋନୀ ସ୍ଥିତ କାର୍ୟ୍ୟାଳୟକୁ ନେଇ ଅଧିକ ତଦନ୍ତ ଜାରି ରଖିଛି । ସେପଟେ ଡାକ୍ତରଙ୍କ ନିଜ ଘର ବଲାଙ୍ଗୀରସ୍ଥିତ ସୁଦପଡା ଏବଂ ସୋନପୁର ସରକାରୀ ବାସଭବନ ଏବଂ କାର୍ୟ୍ୟାଳୟରେ ଏକାସାଙ୍ଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ରେଡ ଜାରି ରହିଛି ।





