ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ବିଧାୟକ ତଥା କୃଷି ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଆଜି ନୟାଗଡ଼ ସଦରବ୍ଲକ ଅନ୍ତର୍ଗତ ବାଲୁଗାଁ ପଂଚାୟତର ଲୋକଙ୍କ ସମସ୍ୟା ସଂମ୍ପର୍କରେ ଭିସି ମାଧ୍ୟମରେ ଆଲୋଚନା କରିଛନ୍ତି । ବାଲୁଗାଁ ପଂଚାୟତର ୱାର୍ଡ଼ ସଭ୍ୟଙ୍କ ଠାରୁ ଆରମ୍ଭ କରି ସରପଂଚ, ଦଳିୟ କର୍ମକର୍ତ୍ତା ଏବଂ ସାଧାରଣ ଲୋକଙ୍କ ସହ ଭିସି ମାଧ୍ୟମରେ ଯୋଡ଼ି ହୋଇ ବିଭିନ୍ନ ସମସ୍ୟା ସଂମ୍ପର୍କରେ ଆଲୋଚନା କରିଛନ୍ତି । କରୋନା ମହାମରୀ କାଳରେ ଏହି ଅଂଚଳରେ କିଭଳି କୃଷି କାର୍ଯ୍ୟ ଚାଲିଛି ସେ ସଂମ୍ପର୍କରେ ମନ୍ତ୍ରୀ ଆଲୋଚନା କରିଥିବା ବେଳେ ସାଧାରଣ ଲୋକଙ୍କ ବିଭିନ୍ନ ସମସ୍ୟା ଶୁଣିବା ସହ ଏହାର କିଭଳି ସମାଧାନ କରାଯିବ ସେ ନେଇ ପଦକ୍ଷେପ ନେବେ ବୋଲି କହିଛନ୍ତି । ଅଂଚଳର ଶତାଧିକ ଲୋକ ଭିସି ମାଧ୍ୟମରେ ଯୋଡ଼ି ହୋଇଥିବା ଜଣାଯାଇଛି ।





