ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଯୁବ ବିଜେଡି ସଭାପତି ଭାବେ ନିଯୁକ୍ତି ହୋଇଛନ୍ତି ଦୁର୍ଯ୍ୟୋଧନ ବେହେରା । ସେ ବର୍ତ୍ତମାନ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ଅଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଏହି ଦାୟିତ୍ୱ ପ୍ରଦାନ କରିଛନ୍ତି । ନୟାଗଡ଼ ପୂର୍ବତନ ଜିଲ୍ଲା ଯୁବ ବିଜେଡି ସଭାପତି ରମେଶ କୁମାର ସାହୁଙ୍କ ଅକାଳ ବିୟୋଗ ପରେ ଏହି ପଦବୀଟି ଖାଲି ପଡିଥିଲା । ଏହି ଅବସରରେ ଦୁର୍ଯ୍ୟୋଧନ ବେହେରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବ୍ୟୋମକେଶ ରାୟ, ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆଗାମୀ ଦିନରେ ବିଜୁ ଯୁବ ଜନତା ଦଳ କିପରି ଶକ୍ତିଶାଳୀ ହେବ ସେଥିପ୍ରତି କାର୍ଯ୍ୟ କରିବା ପାଇଁ ଶ୍ରୀ ଦୁର୍ଯ୍ୟୋଧନ ପ୍ରକାଶ କରିଛନ୍ତି । ଏଥି ସହିତ ଦଳର ଜଣେ ଶୃଙ୍ଖଳିତ କର୍ମୀ ଭାବେ ଜିଲ୍ଲାରେ ଯୁବକ ମାନଙ୍କ ପାଇଁ ଦଳ କାର୍ଯ୍ୟ କରିବ ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।





