Thursday, August 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

“ଡିଜିଟାଲ ଯୁଗରେ ବଦଳୁଥିବା ସାମାଜିକ ସ୍ଥିତି ଓ ସାମ୍ବିଧାନିକ ନିୟମାବଳୀ” ଉପରେ କର୍ମଶାଳା ସମ୍ବିଧାନ ଦିବସ ପାଳିତ

by Sanjay Swain
November 26, 2023
in Technology
“ଡିଜିଟାଲ ଯୁଗରେ ବଦଳୁଥିବା ସାମାଜିକ ସ୍ଥିତି ଓ ସାମ୍ବିଧାନିକ ନିୟମାବଳୀ” ଉପରେ କର୍ମଶାଳା ସମ୍ବିଧାନ ଦିବସ ପାଳିତ
25
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ପ୍ରତିବର୍ଷ ୨୬ ନଭେମ୍ବର ତାରିଖ ସମ୍ବିଧାନ ଦିବସ ଭାବରେ ପାଳିତ ହୁଏ । ଏହି ଦିନ ଭାରତର ସମ୍ବିଧାନ ଗୃହୀତ ହୋଇ, ୨୬ ଜାନୁଆରୀ, ୧୯୫୦ ମସିହାରେ ପ୍ରଚଳିତ ହୋଇଥିଲା । ଏହି ବିସ୍ତୃତ ଆଇନ, ଭାରତୀୟ ନାଗରିକ ମାନଙ୍କୁ ମୌଳିକ ଅଧିକାର ପ୍ରଦାନ କରିବା ସହିତ, ରାଷ୍ଟ୍ର ପରିଚାଳନା ପାଇଁ ଦିଗ୍‌ଦର୍ଶନ ଦେଇ ଆସିଛି । ବର୍ତ୍ତମାନ ସମୟର ପ୍ରଯୁକ୍ତି ବିଦ୍ୟା ଓ ଏ.ଆଇ.ର ଆଗମନ ଦ୍ୱାରା, ଗାନରିକର ମୌଳିକ ଅଧିକାର, କର୍ତ୍ତବ୍ୟ ଓ ରାଷ୍ଟ୍ରପତି ଦାଇତ୍ୱ ବହନ କରିବାରେ, ଦ୍ୱନ୍ଦାତ୍ମକ ପରିସ୍ଥିତି ଉପରେ, ଏପରି କର୍ମଶାଳାର ଆବଶ୍ୟକତା ରହିଅଛି । ଏହି ଲକ୍ଷରେ ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଏକ ନିଆରା ପ୍ରୟାସାରେ – “ଡିଜିଟାଲ ଯୁଗରେ ବଦଳୁଥିବା ସାମାଜିକ ସ୍ଥିତି ଓ ସାମ୍ବିଧାନିକ ନିୟମାବଳୀ” ଉପରେ ଏକ କର୍ମଶାଳା, ଜିଲ୍ଲା କୋର୍ଟ ପରିସରରେ ଅନୁଷ୍ଠିତ ହୋଇଅଛି । ମୁଖ୍ୟ ଅତିଥି ଭାବେ ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣା, ପରିବାର ଅଦାଲତ ଜଜ ସୁବ୍ରତ କୁମାର ପଟ୍ଟନାୟକ, ଅତିରିକ୍ତ ଜିଳ୍ଲା ଓ ଦୌରା ଜଜ ତଥା ପୋକସୋ ଅଦାଲତ ବିଚାରପତି ମାନଓ କୁମାର ପଣ୍ଡା, ରେଜିସ୍ଟ୍ରାର ସିଭିଲ କୋର୍ଟ ଡଃ ନିଶାକର ସାହୁ, ମହିଳା ଅଦାଲତ ବିଚାରପତି ଡଃ ରୀନତୀ ମିଶ୍ର, ପ୍ରାଧିକରଣ ସଚିବ ବିଶେଷ କୁମାର ସାହୁ ଓ ଏସ.ଡି.ଯେ.ଏମ. ସୌଭାଗ୍ୟ ରଞ୍ଜନ ପ୍ରଧାନ କର୍ମଶାଳାରେ ଅଂଶ ଗ୍ରହଣ କରି ଦିଗ୍‌ଦର୍ଶନ ଦେଇଥିଲେ । କର୍ମଶାଳାରେ ଆଇନ ସେବା ପ୍ରାଧିକରଣ ସଚିବ ବିଶେଷ କୁମାର ସାହୁ ସ୍ୱାଗତ ସମ୍ବର୍ଦ୍ଧନା ସହିତ ଆଭିମୁଖ୍ୟ ପ୍ରଦାନ କରିଥିଲେ । ପ୍ରାଧିକରଣ ପଞ୍ଜୀକୃତ ଅଧିବକ୍ତା ଭବାନୀ ଶଙ୍କର ସାହୁ, ସୁନୀଲ କୁମାର ମହାପାତ୍ର, ପୁଲିସ ଟ୍ରେନିଂ ସ୍କୁଲ ଅଧ୍ୟକ୍ଷ ଭବେଶ କୁମାର ନାୟକ, ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ଉପଖଣ୍ଡ ପୁଲିସ ଅଧିକାରୀ, ଖଣ୍ଡପଡା ବିମଳ କୁମାର ବାରିକ ଉକ୍ତ ବିଷୟବସ୍ତୁ ଉପରେ ମତ ପୋଷଣ କରିଥିଲେ । ଏହି କର୍ମଶାଳାରେ ଜିଲ୍ଲା ଓକିଲ ସଂଘ, ପୁଲିସ ଅଧିକାରୀ, ପ୍ରାଧିକରଣ ପଞ୍ଜୀକୃତ ଅଧିବକ୍ତା, ନୟାଗଡ଼ ସ୍ୱୟଂ ଶାଶିତ ମହାବିଦ୍ୟାଳୟ ସମର ଶିକ୍ଷାର୍ଥୀ ବାହିନୀ, ରୁଚିକା, ତପସ୍ୟା ଶିଶୁଗୃହ, ସେବା ଅନୁଷ୍ଠାନ, ଆଇନ ସ୍ୱେଚ୍ଛା ସେବୀ କର୍ମୀ ପ୍ରମୁଖ ବିପୁଳ ପରିମାଣରେ ଅଂଶ ଗ୍ରହଣ କରିଥିଲେ । ବିଶେଷ କରି ସମର ଶିକ୍ଷାର୍ଥୀ ଛାତ୍ରମାନେ, ଏହିପରି ଏକ ସମୟପୋଯୋଗୀ କର୍ମଶାଳାରେ ପ୍ରଭାବିତ ହେବ । ସହିତ, ସଚିବ ବିଶେଷ କୁମାର ସାହୁଙ୍କ ଠାରୁ ଅଧିକ ତଥ୍ୟ ପଚାରି ବୁଝିଥିଲେ । ସଦସ୍ୟ ମହମ୍ମଦ ଓମାର ମାଲ୍ଲିକ ଏବଂ ପ୍ରାଧିକରଣର ସମସ୍ତ କର୍ମଚାରୀ କର୍ମଶାଳା ପରିଚାଳନାରେ ସହଯୋଗ କରିଥିବାବେଳେ, ପ୍ରାଧିକରଣ ସଦସ୍ୟା କ୍ଷଣପ୍ରଭା କର ଧନ୍ୟବାଦ ପ୍ରଦାନ କରିଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!