ଜୟପୁର, (ବାଘୁଆବାର୍ତ୍ତା): ଜେଲ୍ ଗଲେ କୁବେର ବାବୁ । ଶୁକ୍ରବାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିଲେ ନବରଙ୍ଗପୁରର ଅବକାରୀ ସୁପରିଟେଣ୍ଡଣ୍ଟ ଗଙ୍ଗା ପାଇକରାୟ । ନବରଙ୍ଗପୁର ସ୍ଥିତ ଅଫିସ ଓ ତାଙ୍କ ବାସଭବନ ସମେତ ଜୟପୁରର ୪ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ । ଲକ୍ଷାଧିକ ନଗଦ ଟଙ୍କା ସହ ଅନେକ ଗାଡି, ଘର ଓ ପ୍ଲଟ୍ ଠାବ କରିଥିଲା ଭିଜିଲାନ୍ସ । ଶନିବାର ତାଙ୍କୁ ଜୟପୁରର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଡଣ୍ଟ ଗଙ୍ଗା ପାଇକରାୟଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା । ଇଚ୍ଛାବତୀଗୁଡା ସ୍ଥିତ ଭଡା ଘରେ ଭଜିଲାନ୍ସ ଟିମ୍ ଚଢାଉ କରିଥିଲା । ଏଥିସହ ସରକାରୀ କାର୍ଯ୍ୟାଳୟ ଓ ଜୟପୁର ସ୍ଥିତ ପୈତୃକଘରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଥିଲା । ଅନ୍ୟ ଦୁଇଟି ସ୍ଥାନରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ରେଡ୍ ଚାଲିଥିବା ବେଳେ ମୋଟ୍ ୪ଟି ସ୍ଥାନରେ ଭିଜିଲାନ୍ସ ରେଡ୍ ଚାଲିଥିଲା ।





