ଶରଣକୁଳ, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାର ଫୁଟବଲ ଖେଳକୁ ହୃଦୟ ଦେଇ ଭଲ ପାଉଥିବା ଶରଣକୁଳ ଅଞ୍ଚଳର ସର୍ବପୁରାତନ ଲଡ଼ୁକେଶ ଆଥଲେଟିକ ଆସୋସିଏସନ, ଶରଣକୁଳର ୬୨ତମ ସର୍ବଭାରତୀୟ ଫୁଟବଲ ଟୁଣ୍ଣାର୍ମେଣ୍ଟର ଆଜି ୨ୟ ସେମିଫାଇନାଲରେ ୨୦ ତାରିଖର ବିଜେତା ୟୁନାଇଟେଡ଼ ଏଫସି ଗଣ୍ଡରପୁର ଓ ୨୨ ତାରିଖର ବିଜେତା ଏଜି ରିକ୍ରେସନ କ୍ଳବ ଭୁବନେଶ୍ଵରକୁ ଭେଟିଥିଲା। ପ୍ରଥମାର୍ଦ୍ଧରେ କେହି କାହାକୁ ଗୋଲ ଦେଇ ପାରି ନ ଥିଲେ। ଦ୍ଵିତୀୟାର୍ଦ୍ଧରେ ୩୧ ମିନିଟରେ ଭୁବନେଶ୍ଵରର ଜସିର୍ ନଂ ୪୫ ଅର୍ପଣ ଲାକ୍ରା ପ୍ରଥମ ଗୋଲ ଦେଇଥିଲେ। ୩୭ ମିନିଟରେ ଗଣ୍ଡରପୁରର ଜସିର୍ ନଂ୧୧ ବାବୁନୀ ବିନ୍ଧାଣି ଗୋଲଟିକୁ ପରିଶୋଧ କରି ଦେଇଥିଲେ। ଶେଷ ମୂହୂର୍ତ୍ତରେ ଭୁବନେଶ୍ଵରର ୬ ନଂ ଜସିର୍ ପପୁ ମାଝି ନିଣ୍ଣାର୍ୟକ ଗୋଲ ଦେଇ ନିଜ ଦଳକୁ ବିଜୟ ପ୍ରଦାନ କରିଥିଲେ। ଶରଣକୁଳ ନାରାୟଣ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟର ୬ଷ୍ଠ ଦିବସ ତଥା ଦ୍ଵିତୀୟ ସେମିଫାଇନାଲରେ ନୟାଗଡ଼ ଜେଲ ସୁପରିଟେଣ୍ଡେଣ୍ଟ ପ୍ରଫୁଲ୍ଲ କୁମାର କବି , ସମାଜସେବୀ ପ୍ରଶନ୍ନ କୁମାର ସାହୁ, ଡ.ସିଦ୍ଧାର୍ଥ ଦାଶ, ମାମୁନୀ ରଫ୍, ବନମାଳୀ ମହାପାତ୍ର ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ।
ତାପରେ ଅତିଥିମାନେ ପଡ଼ିଆ ମଧ୍ୟକୁ ଯାଇ ୟୁନାଇଟେଡ଼ ଏଫସି ଗଣ୍ଡରପୁର ଓ ଏଜି ରିକ୍ରେସନ କ୍ଳବ ଭୁବନେଶ୍ଵରର ଖେଳାଳୀ ଏବଂ କ୍ରୀଡ଼ା ପରିଚାଳନା କରୁଥିବା ରେଫେରୀଙ୍କ ସହ କର ମର୍ଦ୍ଦନ କରିଥିଲେ। ଅତିଥିଙ୍କୁ ଫୁଲତୋଡ଼ା ଦେଇ ଦୁଇ ଦଳର ଅଧିନାୟକ ସମ୍ବଦ୍ଧିର୍ତ କରିଥିଲେ। ଆଜିର ସଂଘର୍ଷପୂର୍ଣ୍ଣ ଖେଳରେ ୟୁନାଇଟେଡ଼ ଏଫସି ଗଣ୍ଡରପୁର ଓ ଏଜି ରିକ୍ରେସନ କ୍ଳବ ଭୁବନେଶ୍ଵର ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ କରିଥିଲେ। ନିଣ୍ଣାର୍ୟକ ଗୋଲଟି ଏଜି ରିକ୍ରେସନ କ୍ଳବ ଭୁବନେଶ୍ଵରର ଜସିର୍ ନଂ ୬ ପପୁ ମାଝି ପ୍ରଦାନ କରି ସର୍ବଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଥିଲେ। ତାଙ୍କୁ ମୁଖ୍ୟ ଅତିଥି ଏକ ହଜାର ଟଙ୍କା ଓ ଏକ ଟ୍ରଫି ପ୍ରଦାନ କରିଥିଲେ। ଫୁଟବଲ ଖେଳ ପ୍ରେମୀ ଶରଣକୁଳ ଅଞ୍ଚଳର ୧୨୫୦୦ରୁ ଅଧିକ କ୍ରୀଡ଼ାପ୍ରେମୀ ଫୁଟବଲ ଖେଳକୁ ଉପଭୋଗ କରିଥିଲେ। ରାଜୁ ମହାନ୍ତି ମୁଖ୍ୟ ରେଫେରୀ ଦାୟିତ୍ଵ ନେଇ ଖେଳ ପରିଚାଳନା କରିଥିଲା ବେଳେ ତାଙ୍କୁ ଲାଇନରେ ସହଯୋଗ କରିଥିଲେ ଶଚ୍ଚିକାନ୍ତ ଦାଶିଆ, ଅଶୋକ କଅଁର ଓ ପ୍ରଶନ୍ନ କୁମାର ନାୟକ। ଆସନ୍ତାକାଲି ଫାଇନାଲରେ ଜଗା ୟୁନାଇଟେଡ଼ କ୍ଳବ ଭୁବନେଶ୍ଵର ଓ ଏଜି ରିକ୍ରେସନ କ୍ଳବ ଭୁବନେଶ୍ଵରକୁ ଭେଟିବ।






