ସାନଖେମୁଣ୍ଡି, (ବାଘୁଆବାର୍ତ୍ତା): ଗଞ୍ଜାମ ଜିଲ୍ଲା ଅଢେଇବର ଗାଁରେ ମାଆ ଓ ଝିଅ ମୃତ୍ୟୁ ମାମଲାରେ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି । ଫିଲ୍ମ ଷ୍ଟାଇଲରେ ଘର ଭିତରେ ସାପ ଛାଡ଼ି ମାଆ ଓ ଝିଅକୁ ହତ୍ୟା କରାଯାଇଥିଲା । ଆଉ ଏହି ହତ୍ୟାକାଣ୍ଡ ଘଟାଇଥିଲା ଖୋଦ ମହିଳାଙ୍କ ସ୍ୱାମୀ । ଅକ୍ଟୋବର ମାସରେ ସର୍ପ ଦଂଶନରେ ମାଆ ଓ ଝିଅର ମୃତ୍ୟୁ ହୋଇଥିଲା । ଗଞ୍ଜାମ କବିସୂର୍ୟ୍ୟନଗର ଅଢେଇବର ଗାଁରେ ସାପ କାମୁଡ଼ାରେ ମାଆ ଓ ଝିଅ ମୃତ୍ୟୁ ଘଟଣା ନେଇଛି ଭିନ୍ନ ରୂପ । ଖୋଦ ସ୍ୱାମୀ ଘର ଭିତରେ ସାପ ଛାଡି ସ୍ତ୍ରୀ ଓ ଝିଅକୁ କରିଥିଲା ହତ୍ୟା । ପୋଲିସ ଦ୍ୱାରା ହତ୍ୟାକାରୀ ସ୍ୱାମୀ କେ. ଗଣେଶ ପାତ୍ର ଗିରଫ ହୋଇଛି । ସାପ ଛାଡି ହତ୍ୟା କରିଥିବା ଅଭିଯୁକ୍ତ ସ୍ୱାମୀ କେ.ଗଣେଶ ପାତ୍ର ସ୍ୱୀକାର କରିଛି । କୋଳଥିଆ ନାଗ ସଂଗ୍ରହ କରି ହତ୍ୟା କରିଥିବା ସୂଚନା ଦେଲେ କବିସୂର୍ୟ୍ୟନଗର ଥାନାଧିକାରୀ ପ୍ରଭାତ କୁମାର ସାହୁ । ଗତ ଅକ୍ଟୋବର ମାସରେ ଘଟିଥିଲା ଏହି ଘଟଣା ।





