ଟାଙ୍ଗି, (ବାଘୁଆବାର୍ତ୍ତା): ୪ ବର୍ଷର ଶିଶୁ ପୁତ୍ର ନିଖୋଜ ହେବାର ୪ ଦିନ ପରେ ଗତ କାଲି ମିଳିଥିଲା ନିଖୋଜ ଶିଶୁର ପତ୍ତା । ଗାଁ ନିକଟସ୍ଥ ଅନ୍ୟ ଏଜ ପଥର ଖଣିରୁ ମିଳିଥିଲା ଶିଶୁର ଶବ । ହାତ ଗୋଡ଼ ବନ୍ଧା ଅବସ୍ଥାରେ ମିଳିଥିଲା ଶବ । ପୋଲିସ ପ୍ରଶାସନ ପକ୍ଷରୁ ଗତ ୪ ଦିନ ହେଲା ଅପରେସନ ଚଳାଇଥିଲେ ମଧ୍ୟ୍ୟ ଠାବ କରିପାରିନଥିଲେ ନିଖୋଜ ଶିଶୁଙ୍କୁ । ଗତ ୧୭ ତାରିଖ ଦିନ ଥିଲା ବିଛା ସଂକ୍ରାନ୍ତି ଥିଲା । ସେଥିପାଇଁ ଗାଁ ଥିଲା ଉତ୍ସବ ମୁଖର । ଗାଁର ପିଲାଏ ଗାଁ ଦାଣ୍ଡରେ ଖେଳ କୁଦରେ ଥିଲେ ମସଗୁଲ । ଗାଁ ପିଲାଙ୍କ ସହ ୪ ବର୍ଷର ଶିଶୁ ସୌମ୍ୟ ରଂଜନ ଓରଫ ରାହୁଲ ମାତିଥିଲା ଖେଳ କୁଦରେ । ଖେଳ କୁଦରୁ ଶିଶୁ ରାହୁଳକୁ ଖଣିରେ ଗାଧୋଇବାକୁ ନେଇଯାଇଥିଲେ ସମ୍ପର୍କୀୟ ଜେଜେ । ପରେ ଘରକୁ ଫେରିନଥିଲା ରାହୁଲ । ଏ ନେଇ ପରିବାର ଲୋକେ ଭୂଷଣ୍ଡ ପୁର ଫାଣ୍ଡି ରେ ଅଭିଯୋଗ କରିଥିଲେ । ଅଭିଯୋଗ ହେବା ପରେ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ । ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଦଳ ଘଟଣା ସ୍ଥଳକୁ ଯାଇ ବହୁ ଖୋଜାଖୋଜି କରିଥିଲେ । ନାବାଳକ ରାହୁଲ ଗାଧୋଇବାକୁ ଯାଇଥିବା ଖଣିରେ ତନ୍ନ ତନ୍ନ କରି ଖୋଜିଥିଲେ ଓଡ୍ରାଫ ଓ ଅଗ୍ନିଶମ ବାହିନୀ । ନିକଟସ୍ଥ ଜଙ୍ଗଲ, କୂଅ, ପୋଖରୀରେ ମଧ୍ୟ୍ୟ ତଲାସ କରିଥିଲେ ମଧ୍ୟ୍ୟ ସଫଳ ହୋଇ ପାରିନଥିଲେ । ଗତ କାଲି ଗାଁ ନିକଟରେ ଥିବା ଅନ୍ୟ ଏକ ପଥର ଖଣିରେ ଶିଶୁର ଶବ ଉଦ୍ଧାର ହୋଇଥିଲ ଶିଶୁର ମୃତ ଦେହ । ପୋଲିସ ଶିଶୁର ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରି ତଦନ୍ତ କରୁଛି ପୋଲିସ । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ପ୍ରକାଶ ପ୍ରଧାନ ଓ ପ୍ରକାଶ ପରିଡା । ଏ ନେଇ ଆଜି ସୂଚନା ଦେଇଛନ୍ତି ଖୋର୍ଦ୍ଧା ଅତିରିକ୍ତ ଏସପି କେ ସି ମୁଣ୍ଡ। ।





