କୁଚିଣ୍ଡା, (ବାଘୁଆବାର୍ତ୍ତା): ରାସ୍ତା କଡ଼ରୁ ଜିଆର୍ଏସ୍ଙ୍କ ମୃତଦେହ ଠାବ । ସମ୍ବଲପୁର ନାକଟିଦେଉଳ ଥାନା ଘୋଷରାମାଳ-ରାଇଲ ରାସ୍ତାରୁ ଠାବ ହୋଇଛି ମୃତଦେହ । ମୃତ ଜିଆର୍ଏସ୍ଙ୍କ ନାମ ପ୍ରଦ୍ୟୁମ୍ନ ଦାସ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଖବର ଅନୁଯାୟୀ, ବୁଧବାର ଦିନ ଜିଆରଏସ କୌଣସି କାମରେ ବାଇକ ଯୋଗେ ଧାତୁକିମାଲ ଅଞ୍ଚଳକୁ ଯାଇଥିଲେ । ହେଲେ ବିଳମ୍ବିତ ରାତିରେ ତାଙ୍କ ମୃତଦେହ ପଡ଼ିଥିବା ଜଣାପଡିଥିଲା । ମୃତକଙ୍କ ଘର ନାକଟିଦେଉଳ ହୋଇଥିବା ବେଳେ ସେ ନକଟିଦେଉଳ ବ୍ଲକରେ କାମ କରୁଥିଲେ । ତାଙ୍କୁ ଘୋଷରାମଳ ପଞ୍ଚାୟତ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଏବେ ତାଙ୍କ ମୃତଦେହ ମିଳିଛି । ହେଲେ ଏବେ ଯାଏଁ ମୃତ୍ୟୁର ସଠିକ୍ କାରଣ ଜଣାପଡିନାହିଁ । ପୋଲିସର ତଦନ୍ତ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ହିଁ ମୃତ୍ୟୁର ସଠିକ୍ କାରଣ ଜଣାପଡିବ ।





