Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୫୦୦ କୋଟି ଠକିନେଲେ ମୋଟିଭେସ୍‌ନାଲ୍ ସ୍ପିକର ନୀତୀନ, ଇଓଡବ୍ଲୁରେ ଅଭିଯୋଗ

by ସଞ୍ଜୟ ସ୍ୱାଇଁ
November 22, 2023
in Feature News, State
୫୦୦ କୋଟି ଠକିନେଲେ ମୋଟିଭେସ୍‌ନାଲ୍ ସ୍ପିକର ନୀତୀନ, ଇଓଡବ୍ଲୁରେ ଅଭିଯୋଗ
111
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଜୀବନରେ କେମିତି ସଫଳତା ପାଇବେ? ବୁଡ଼ି ଯାଇଥିବା ବ୍ୟବସାୟ କେମିତି ଟ୍ରାକକୁ ଫେରିବ? ଡିପ୍ରେସନ୍‌ରୁ କେମିତି ବାହାରିବେ? ସିଦ୍ଧି କେମିତି ପାଇବେ? ବସ୍ତୁବାଦୀ ଦୁନିଆରେ ଏସବୁର ଉତ୍ତର ଖୋଜିବାକୁ ଯାଇ ମୋଟିଭେସ୍‌ନାଲ୍‌ ସ୍ପିକର ଡକ୍ଟର ନୀତୀନ ମୋହନ ଲାଲ୍‌ଙ୍କ ସ୍ପର୍ଶରେ ଆସିଥିଲେ ଶତାଧିକ ଯୁବକ ଓ ଯୁବତୀ। ଜୀବନ ଜିଇଁବାର କୌଶଳ ଶିଖାଉ ଶିଖାଉ କୋଟି କୋଟି ଟଙ୍କା ଠକିନେଲେ। ଅଭିଯୋଗ ଅନୁସାରେ ମୋଟିଭେସ୍‌ନାଲ୍‌ ସ୍ପିକର ଡକ୍ଟର ନୀତୀନ ମୋହନ ଲାଲ୍‌ ୫୦୦ କୋଟି ଟଙ୍କା ଠକିଛନ୍ତି। ଠକାମୀରେ ଶିକାର ହୋଇଥିବା ଲୋକମାନେ ଆଜି EOWରେ ଅଭିଯୋଗ କରିଛନ୍ତି। ମୋଟିଭେସନାଲ୍‌ ସ୍ପିକର ଡକ୍ଟର ନୀତୀନ ମୋହନ ଲାଲ୍‌। ୟୁଟ୍ୟୁବ୍‌ ଓ ବିଭିନ୍ନ ସୋଶାଲ୍‌ ମିଡିଆରେ ଜୀବନ ଜିଇଁବାର ମନ୍ତ୍ର ଦେଇଥାଆନ୍ତି। ତାଙ୍କର ଏହି ମୟାଜାଲ୍‌ରେ ହଜାର ହଜାର ଲୋକ ଫସିଛନ୍ତି। ଅଭିଯୋଗ ଅନୁସାରେ ସେ ମିଠା ମିଠା କଥା କହି ଫାଙ୍କା ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଠକୁଥିଲେ। ତାଙ୍କର ଅଦୃଶ୍ୟ ଜାଲ୍‌ରେ ପଡ଼ିଥିଲେ ଓଡ଼ିଶାର ଜି.ଭେଙ୍କଟେଶ ଡୋରା। ଆର୍ଥିକ ସମସ୍ୟାରେ ଫସିଥିବା ଭେଙ୍କଟେଶଙ୍କୁ ସମାଧାନର ରାସ୍ତା ଦେଖାଇବେ ବୋଲି କହିଥିଲେ ଲାଲ୍‌। ଜି.ଭେଙ୍କଟେଶଙ୍କ କହିବା ଅନୁସାରେ, ୟୁଟ୍ୟୁବ୍‌ ଖେଳାଉଥିବା ବେଳେ ମୋଟିଭେସନାଲ୍‌ ସ୍ପିକର ଡକ୍ଟର ନୀତୀନ ମୋହନ ଲାଲଙ୍କ ସମ୍ପର୍କରେ ଜାଣିବାକୁ ପାଇଥିଲେ। ପରେ ତାଙ୍କ ୟୁଟ୍ୟୁବ୍‌ ଲିଙ୍କରେ କ୍ଲିକ୍‌ କରିଥିଲେ। ଏହା ପରେ ଡକ୍ଟର ନୀତୀନ ଫୋନ୍‌ କରି ଜୀବନରେ କ’ଣ ଚ୍ୟାଲେଞ୍ଜେସ ଅଛି ବୋଲି ପଚାରିଥିଲେ। ଏହା ପରେ ଜି.ଭେଙ୍କଟେଶ ନିଜର ଆର୍ଥିକ ସଙ୍କଟ ସମ୍ପର୍କରେ ବଖାଣିଥିଲେ। ସବୁ କଥା ଶୁଣିବା ପରେ ନୀତୀନ ମୋହନ ଲାଲ ତାଙ୍କୁ ୫୦ ହଜାର ଟଙ୍କାର କୋର୍ସ କରିବାକୁ ପରାମର୍ଶ ଦେଇଥିଲେ। ସେହି କୋର୍ସ କଲେ ସବୁ ସମସ୍ୟା ସମାଧାନ ହୋଇଯିବ ବୋଲି ମୋହନ ଲାଲ୍‌ କହିଥିଲେ। ନୀତୀନଙ୍କ କଥାରେ ପଡ଼ି ଜି.ଭେଙ୍କଟେଶ ୫୦ ହଜାର ଟଙ୍କା ଜମା କରିଥିଲେ। ତା’ପରେ ଆରମ୍ଭ ହେଲା ପାଠ ପଢ଼ା। କିଛି ଦିନ ତାଙ୍କୁ ବିଭିନ୍ନ ବିଷୟରେ ବାର୍ତ୍ତା ଦିଆଯାଇଥିଲା। ତା’ପରେ ଆଉ ୨ ଲକ୍ଷ ୫୦ ହଜାର ଟଙ୍କା ଜମା କରିବାକୁ କୁହାଯାଇଥିଲା। ମୋହନ ଲାଲ୍‌ଙ୍କ କଥା ମଜାଦାର ଓ ଶିକ୍ଷଣୀୟ ହୋଇଥିବାରୁ ଜି.ଭେଙ୍କଟେଶ ଟଙ୍କା ଜମା କରିଥିଲେ। ତା’ପରେ ଆଉ ୬ ଲକ୍ଷ ଟଙ୍କା ଜମା କଲେ ପୂରା ସମସ୍ୟା ଦୂର ହୋଇଯିବ ବୋଲି କହିଥିଲେ। ଜି.ଭେଙ୍କଟେଶ ଟଙ୍କା ଜମା କରିଥିଲେ ମଧ୍ୟ ଜୀବନରେ ଦେଖା ଯାଉଥିବା ସମସ୍ୟା ସମାଧାନ ହେଲାନାହିଁ। ଯାହାକୁ ନେଇ ଜି.ଭେଙ୍କଟେଶ ଅଡୁଆରେ ପଡ଼ି ଯାଇଥିଲେ। ଜି.ଭେଙ୍କଟେଶ ଫୋନ୍‌ କରି ଟଙ୍କା ଫେରାଇବାକୁ କହିଥିଲେ। ମାତ୍ର ଧରାଛୁଆଁ ଦେଇନଥିଲେ ନୀତୀନ ମୋହନ ଲାଲ୍‌। ତା’ପରେ ମୋହନ ଲାଲ୍‌ଙ୍କୁ ଫୋନ୍‌ କରି ନେଣଦେଣର ପୋଲ୍‌ ଖୋଲିଦେବେ ବୋଲି ଧମକ ଦେଇଥିଲେ ଜି.ଭେଙ୍କଟେଶ। ଏଥିରେ ଡରି ଯାଇ ମୋହନ ଲାଲ ଗଣେଶ ପୂଜାରେ ଜି.ଭେଙ୍କଟେଶଙ୍କୁ ଦିଲ୍ଲୀ ଡାକି ୮ ଲକ୍ଷ ୧୩ ହଜାର ଟଙ୍କା ଫେରାଇଥିଲେ। ଟଙ୍କା ଫେରି ପାଇବା ପରେ ଠକାମୀରେ ଶିକାର ହୋଇଥିବା ଅନ୍ୟମାନଙ୍କୁ ଏକାଠି କରିଥିଲେ ଜି.ଭେଙ୍କଟେଶ। ଜି.ଭେଙ୍କଟେଶ କହିବା ଅନୁସାରେ ନୀତୀନ ମୋହନ ଲାଲଙ୍କ ମାୟା ଜାଲ୍‌ରେ ଭାରତ ସମେତ ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଚିକାଗୋର ପିଲାମାନେ ଫସିଛନ୍ତି। ଏଥିରେ ୫୦୦ କୋଟିରୁ ଅଧିକ ଠଙ୍କାର ଠକେଇ ହୋଇଛି। ସେମାନେ ଆଜି ଆସି ପାରିଲେ ନାହିଁ। କିନ୍ତୁ ସେମାନେ ଆମ ସହିତ ଅଛନ୍ତି ବୋଲି ଜି.ଭେଙ୍କଟେଶ କହିଛନ୍ତି। ଠକାମୀରେ ଶିକାର ହୋଇ ଜି.ଭେଙ୍କଟେଶ ଟଙ୍କା ଫେରିପାଇଛନ୍ତି। ହେଲେ ଆହୁରି ଅନେକ ଲୋକ ଠକାମୀରେ ଶିକାର ହୋଇ ଏବେ ବି ମାନସିକ ଦୁଶ୍ଚିନ୍ତାରେ ରହିଛନ୍ତି। ଧରାଛୁଆଁ ଦେଉନାହାନ୍ତି ମୋଟିଭେସନାଲ୍‌ ସ୍ପିକର ଡକ୍ଟର ନୀତୀନ ମୋହନ ଲାଲ୍‌। ଆଜି ଠକାମୀରେ ଶିକାର ହୋଇଥିବା ୨୦ରୁ ଅଧିକ ଲୋକ ଏକତ୍ର ହୋଇଥିଲେ। ଏଥିରେ ଓଡ଼ିଶା ବାହାର ଲୋକମାନେ ମଧ୍ୟ ରହିଛନ୍ତି। ସେମାନେ ଏକାଠି ହୋଇ EOW ରେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ନୀତୀନ ମୋହନଲାଲ୍‌ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!