Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜାତିପ୍ରଥା ହେଲା ବାଧକ, ନିଜ ନିଜ ଘରେ ଝୁଲି ପଡିଲେ ପ୍ରେମୀ ଯୁଗଳ

by ସଞ୍ଜୟ ସ୍ୱାଇଁ
November 21, 2023
in Crime, Nayagarh, State
ଜାତିପ୍ରଥା ହେଲା ବାଧକ, ନିଜ ନିଜ ଘରେ ଝୁଲି ପଡିଲେ ପ୍ରେମୀ ଯୁଗଳ
998
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଘଟଣ । ଦୁଇ ପ୍ରେମୀ ଯୁଗଳ ନିଜ ନିଜ ଘରେ ଝୁଲି ପଡିଲେ । ଜାତି ପ୍ରଥା ତାଙ୍କ ପ୍ରେମକୁ ବାଧକ ସାଜିଲା । ଯେଉଁଥିପାଇଁ ଏଭଳି ନିଷ୍ପତି ନେଲେ ପ୍ରେମି ଯୁଗଳ । ଦୁଇ ବର୍ଷ ଧରି ଉଭୟ ପରସ୍ପରକୁ ଭଲ ପାଉଥିଲେ। ବିବାହ କରି ନୂଆ ଜୀବନ ଗଢ଼ିବା ପାଇଁ ଦେଖିଥିଲେ କେତେ ସ୍ୱପ୍ନ। ହେଲେ ସେଥିରେ ବାଧକ ଥିଲା କଳଙ୍କିତ ଜାତି ପ୍ରଥା! ଶେଷରେ ଚରମ ନିଷ୍ପତ୍ତି ନେଲେ ପ୍ରେମୀ ଯୁଗଳ। ଆଜି ସକାଳେ ଉଭୟ ନିଜ ନିଜ ଘରେ ଝୁଲି ପଡ଼ିଲେ। ଏପରି ହୃଦୟ ବିଦାରକ ଘଟଣା ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଞ୍ଚଳରେ ଘଟିଛି। ଦଶପଲ୍ଲା ଥାନା ମଧ୍ୟଖଣ୍ଡ ଗାଁର ସିପୁନ୍ ମାଝି ଏକ ଗ୍ରୀଲ୍ ଦୋକାନରେ କାମ କରନ୍ତି। କାମ କରିବା ଭିତରେ ସେ ମଦନପୁର ଗାଁର ସୁମିତ୍ରା ନାଏକଙ୍କୁ ମନ ଦେଇବସିଥିଲେ। ସୁମିତ୍ରା ମଧ୍ୟ ସିପୁନ୍‌ଙ୍କୁ ଭଲ ପାଉଥିଲେ। ଦୁଇ ବର୍ଷ ଧରି ଉଭୟ ପରସ୍ପରକୁ ପ୍ରେମ କରୁଥିଲେ। ନୂଆ ଜୀବନ ଗଢ଼ିବା ପାଇଁ କେତେ ସ୍ୱପ୍ନ ଦେଖିଥିଲେ। ହେଲେ ପ୍ରେମରେ ବାଧକ ଥିଲା କଳଙ୍କିତ ଜାତି ପ୍ରଥା। ସିପୁନ୍ ଉଚ୍ଚ ଜାତିର ହୋଇଥିବାରୁ ପରିବାର ଲୋକ ପ୍ରେମ ଗ୍ରହଣ କରିପାରୁନଥିଲେ। ଯାହାକୁ ନେଇ ଉଭୟ ଅଡୁଆରେ ପଡ଼ି ଯାଇଥିଲେ। ହେଲେ କେହି କାହାକୁ ଭୁଲି ପାରୁନଥିଲେ। ପରିବାର ଲୋକଙ୍କ ଜିଦ୍ ଯୋଗୁ ଚରମ ନିଷ୍ପତ୍ତି ନେଲେ ପ୍ରେମୀ ଯୁଗଳ। ସବୁଦିନ ପାଇଁ ପରିବାରଠାରୁ ଦୂରେଇ ଯିବାକୁ ନିଷ୍ପତ୍ତି ନେଲେ। ଆଜି ସକାଳେ ସିପୁନ୍ ନିଜ ଶୋଇବା ଘରେ ବେକରେ ରଶି ଲଗାଇ ଦେଇଥିଲେ। ଠିକ୍ ସେମିତି ସୁମିତ୍ରା ମଧ୍ୟ ତାଙ୍କ ଘରେ ରଶି ଲଗାଇଥିଲେ। ଉଭୟଙ୍କର ମୃତ୍ୟୁ ଘଟିଥିଲା। ଗାଁ ଲୋକେ ଜାଣିବା ପୂର୍ବରୁ ମୃତଦେହ ସତ୍କାର କରିଦେଇଥିଲେ ଉଭୟ ପରିବାର ଲୋକ। ତଥାପି ଘରର ଚାରି କାନ୍ଥରୁ କଥା ଉଡି ଯାଇ ପହଞ୍ଚିଲା ଗାଁ ମୁଣ୍ଡରେ। ଗାଁ ଲୋକେ ଟୁପୁରୁ ଟାପୁରୁ ହେଲେ। କଥା ଉଡି ଉଡି ଯାଇ ପହଞ୍ଚିଲା ଥାନାରେ। ଦଶପଲ୍ଲା ଥାନା ପୁଲିସ୍ ନିଜ ଆଡୁ ଘଟଣାର ତଦନ୍ତ ଚଳାଇଛି। ଉଭୟ ପରିବାର ଲୋକଙ୍କୁ ପଚରାଉଚରା କରିଥିବା ଜଣାପଡ଼ିଛି। ତେବେ ଏନେଇ ଉଭୟ ପରିବାର ଓ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରିନି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!