ଢେଙ୍କାନାଳ, (ବାଘୁଆବାର୍ତ୍ତା): ବେକରେ ରଶି ଲଗାଇ ଝୁଲିପଡ଼ିଲେ ପ୍ରେମୀଯୁଗଳ। ଗୁରୁତର ଅବସ୍ଥାରେ ପ୍ରେମିକା ଡାକ୍ତରଖାନାରେ ଭର୍ତ୍ତି। ତେବେ ପ୍ରେମିକର ମୃତ୍ୟୁ ହୋଇଥିବା ସୂଚନା । ଢେଙ୍କାନାଳ ଜିଲ୍ଲା ଜି. ଗୋବିନ୍ଦବିପୁର ନୂଆସାହି ଆମ୍ବ ତୋଟାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସୂଚନା ଥାଉକି, ଗୋବିନ୍ଦବିପୁର ଅଞ୍ଚଳର ଜଣେ ଯୁବକ ବଳଦିଆ ବନ୍ଧ ନୂଆ ସାହିର ଯୁବତୀଙ୍କୁ ଭଲ ପାଉଥିଲେ। ତେବେ କୌଣସି କାରଣ ବଶତଃ ଉଭୟ ନୂଆସାହି ଆମ୍ବ ତୋଟାରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ପୋଲିସର ତଦନ୍ତ ଆରମ୍ଭ କରିଛି । କେଉଁ କାରଣ ପାଇଁ ଉଭୟ ଆତ୍ମହତ୍ୟା କରୁଥିଲେ ତାହା ଜଣାପଡିନି । ପୋଲିସ ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ।





