ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ବିଜେପି ପକ୍ଷରୁ ଆଜି ନୟାଗଡ଼ ବ୍ଲକ ଘେରାଉ କରାଯାଇଛି । ଗତ କାଲିର ପୂର୍ବ ସୁଚନାନୁସାରେ ଦିନ ୧୧ ଘଟିକା ସମୟରେ ନୟାଗଡ଼ ବ୍ଲକ ଘେରାଉ କରାଯିବ ବୋଲି ସୁଚନା ମିଳିଥିଲା । ନୟାଗଡ଼ ତ୍ରିନାଥ ଛକରୁ ଏକ ପଟୁଆର ବାହାରି ବ୍ଲକ ଘେରାଉ କରାଯିବ ବୋଲି ସୁଚନା ଦିଆଯାଇଥିଲା । ଗତ କାଲିର ସୁଚନାନୁସାରେ ଆଜି ବହୁ ବିଳମ୍ବିତରେ ଦିନ ୧.୩୦ ମିନିଟ ପରେ କିଛି ବିଜେପି କର୍ମୀ ନୟାଗଡ଼ ବ୍ଲକ ଘେରାଉ କରିବା ପାଇଁ ଆସିଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ବିରୋଧ କରାଯାଇଥିଲା । ଯେତିକି ସଂଖ୍ୟକ ଲୋକ ଆସିବା ପାଇଁ ବିଜେପି କର୍ମୀମାନେ ଆଶା ରଖିଥିଲେ ଏହା ଅତି ନଗନ୍ୟ ଥିଲା । ଯୋରଜବରଦସ୍ତ ରାସ୍ତା ଉପରେ ବିଜେପି କର୍ମୀ ମାନେ ୧ ଘଣ୍ଟା କାଳ ଜରି ପାଲ ପକାଇ ରାସ୍ତା ଜାମ କରିଥିଲେ । ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।






