ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜଧାନୀରେ ଚ।ଞ୍ଚଲ୍ୟ । ବିଲଡର ସଂସ୍ଥା ଭିତରେ ପଶି ପତ୍ନୀକୁ ମରଣାନ୍ତକ ଆକ୍ରମଣ କଲା ସ୍ୱାମୀ । ଘଟଣା ଘଟିଛି ଭରତପୁର ଥାନା ଅଧୀନରେ । ପାରିବାରିକ ବିବାଦକୁ କେନ୍ଦ୍ରକରି ଘଟିଛି ଏମିତି ଘଟଣା । ଯାହା ଜଣାପଡୁଛି ସ୍ୱାମୀ ଆକ୍ରମଣ କରିବାକୁ ଆସିବା ବେଳେ ପାଖରେ ମାରଣାସ୍ତ୍ର ଲୁଚାଇ ରଖିଥିଲେ । ସବୁଦିନ ଭଳି ଆଜି ବି ଅଫିସ ଆସିଥିଲେ ମଧୁସ୍ମିତା । ଦିନ ଗୋଟାଏ ବେଳେ ମଧୁସ୍ମିତା କାମ କରୁଥିବାବେଳେ ହଠାତ୍ ବିଲଡର ସଂସ୍ଥାକୁ ପଶି ଆସିଥିଲେ ସ୍ୱାମୀ । ତେବେ ହଠାତ୍ ସ୍ତ୍ରୀକୁ ଦେଖି ମରାଣାନ୍ତକ ଆକ୍ରମଣ କରିଥିଲେ ସ୍ୱାମୀ । ପତ୍ନୀ ଯେତେ କାକୁତି ମିନତି କରିଥିଲେ ବି ସ୍ୱାମୀ ଶୁଣିନଥିଲେ । ଏମିତିକି ରକ୍ତମୁଖା ସ୍ୱାମୀଙ୍କୁ ଦେଖି ଭୟରେ କେହି ପାଖକୁ ଆସିନଥିଲେ ଷ୍ଟାଫ୍ । ଶେଷରେ ସ୍ୱାମୀଙ୍କ ଆକ୍ରମଣରେ ଗୁରୁତର ହୋଇପଡିଥିଲେ ମଧୁସ୍ମିତା । ରକ୍ତମୁଖ ସ୍ୱାମୀ ଆକ୍ରମଣ କରିବା ପରେ ଖସିବାକୁ ଉଦ୍ୟମ କରୁଥିଲା ହେଲେ ବିଲଡର ସଂସ୍ଥାର କର୍ମଚାରୀ ତାଙ୍କୁ କାବୁ କରିନେଇଥିଲେ । ପରେ ପୋଲିସ ସଂପୃକ୍ତ ବ୍ୟକ୍ତିକୁ ଗିରଫ କରିଛି । ଅଫିସ କାର୍ଯ୍ୟାଳୟରୁ ତାକୁ ଗିରଫ କରାଯାଇଛି । ଆହତ ମହିଳା ଜଣକ ଅବସ୍ଥା ଶୋଚନୀୟ ରହିଛି । ପୋଲିସ ଇନଭେଷ୍ଟିଗେସନ ପରେ ସବୁକିଛି ସ୍ପଷ୍ଟ ହେବ ।





