ନୟାଗଡ଼, (ବାଘୁଆବାର୍ତ୍ତା): ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ହେବେ ଉପ ବାଚସ୍ପତି । ସେ ୨୦୦୦ ରୁ ୨୦୦୪ ଓ ୨୦୧୯ ରୁ ବିଧାୟକ ଭାବେ ଅଛନ୍ତି । ଆଜି ସେ ନାମାଙ୍କନ ପତ୍ର ଭରିବେ ବୋଲି ବିଶେଷ ସୁତ୍ରରୁ ଜଣା ପଡିଛି । କନ୍ଧମାଳ ଜିଲ୍ଲାର ଆଦିବାସୀ ଚେହେରା ଭାବେ ପରିଚିତ ସାଲୁଗା ପ୍ରଧାନ । ସାଲୁଗାଙ୍କ ନାଁ ଘୋଷଣା କରି ବିଜେଡି ଆଦିବାସୀଙ୍କ ପ୍ରିୟପାତ୍ର ହୋଇପାରିବେ ବୋଲି ବିଶେଷ ସୁତ୍ରରୁ ଖବର ମିଳିଛି । ଆଜି ସେ ନାମାଙ୍କନ ପତ୍ର ଭରିବେ ବୋଲି ଜଣା ପଡିଛି ।





