ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଝୋଲା ଫାଣ୍ଡି ଅନ୍ତର୍ଗତ ଘଡ଼େଇବନ୍ଧ ଗହୀରରେ ଆଜି ଏକ ଟ୍ରାକ୍ଟର ଓଲଟି ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତ୍ୟୁ ଘଟିଥିବା ବ୍ୟକ୍ତି ଜଣଙ୍କ ହେଲେ ଉକ୍ତ ଘଡ଼େଇବନ୍ଧ ଗ୍ରାମର କୁ ଟୁନିଆ ବାରିକ (୪୦) । ସୂଚନାନୁସାରେ, ସନ୍ତୋଷ ସାହୁଙ୍କ ଟ୍ରାକ୍ଟରରେ ଟୁନିଆ ଚାଳକ ଭାବେ କାମ କରୁଥିବା ବେଳେ ଆଜି ମଝୀ ଗହରୀରେ ଥିବା ଏକ ଖାଲ ବିଲରୁ ଚାଷ କରି ଠିପ ବିଲକୁ ଟ୍ରାକ୍ଟର ନେବା ବେଳେ ଦୁର୍ଘଟଣା ଘଟିଛି । କାଦୁଆ ବିଲରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡ଼ିବାରୁ ଚାଳକ ଟୁନିଆଁଙ୍କ ମୃତ୍ୟୁ ଘଟିଥିବା ପୁଲିସ ସୁତ୍ରରୁ ଜଣାଯାଇଛି ।





