ନୟାଗଡ଼,(ବାଘୁଆବାର୍ତ୍ତା): କରୋନା ମହାମାରୀ ସମୟରେ ଲୋକଙ୍କ ପାଇଁ ସମାଜସେବା କରିବା ଏବଂ ଦଳିୟ ସଂଗଠନକୁ ମଜବୁତ୍ କରିବା ପାଇଁ ଆଜି ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଅରୁଣ ଦଳିୟ କର୍ମକର୍ତ୍ତାଙ୍କ ଭିସି ମାଧ୍ୟମରେ ଆଲୋଚନା କରିଛନ୍ତି । ଏହି ଆଲୋଚନା ସମୟରେ ମନ୍ତ୍ରୀ ଦଳିୟ କର୍ମକର୍ତ୍ତାଙ୍କ ସହ ବିଷଦ୍ ଆଲୋଚନା କରିବା ସହ ଶେଷରେ ମନ ଛନ ଛନ ନୟାଗଡ଼ ଯିବି ବୋଲି କହିଛନ୍ତି । କରୋନା ମହାମାରୀ କାରଣରୁ ମନ୍ତ୍ରୀ ନିର୍ବାଚନ ମଣ୍ଡଳୀରେ ମନ ଖୋଲା ବୁଲି ପାରୁନଥିଲେ ମଧ୍ୟ ନୟାଗଡ଼ ପାଇଁ ତାଙ୍କ ହୃଦୟରେ ଥିବା ଗଭୀର ଭଲପାଇବା ଆଜି ଦେଖିବାକୁ ମିଳିଛି । କିଛିଦିନ ହେବ ନୟାଗଡ଼କୁ ନଆସି ପାରି ସେ ଚିନ୍ତିତ ହୋଇପଡ଼ିଥିବା ବେଳେ ଆସନ୍ତା ମଙ୍ଗଳବାର ନୟାଗଡ଼ ଆସିବାକୁ କର୍ମକର୍ତ୍ତାଙ୍କୁ କହିଛନ୍ତି ।





