ମୁମ୍ବାଇ,(ବାଘୁଆବାର୍ତ୍ତା): ବଲିଉଡ ଅଭିନେତା ଅମିତାଭ ବଚନ ଏବଂ ତାଙ୍କ ପୁଅ ଅଭିଷେକ ବଚନଙ୍କୁ କରୋନା ହୋଇଥିବା ଜଣାପଡ଼ିବା ପରେ ଏବେ ଅଭିନେତା ଅନୁପମ୍ ଖେର୍ ମାଆଙ୍କୁ କରୋନା ହୋଇଥିବା ଜଣାଯାଇଛି । ଏନେଇ ଶ୍ରୀଯୁକ୍ତ ଖେର୍ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ସୂଚନା ଦେଇଛନ୍ତି । ଏଥିସହିତ ତାଙ୍କ ପରିବାରର ଅନ୍ୟ ତିନି ଜଣଙ୍କ ଠାରେ ମଧ୍ୟ କୋଭିଡ୍ ପଜେଟିଭ୍ ସ୍ପଷ୍ଟ ହୋଇଛି । ସମସ୍ତ ଆକ୍ରାନ୍ତଙ୍କୁ ମୁମ୍ବାଇ କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତୀ କରାଯାଇଛି ।





