ଟାଙ୍ଗୀ, (ବାଘୁଆବାର୍ତ୍ତା): ଦୁଇ ଦିନ ପରେ ନିଖୋଜ ନାବାଳିକାର ମୃତ ଦେହ ଉଦ୍ଧାର । ଉଦ୍ଧାର କଲା ଟାଙ୍ଗୀ ଥାନା ପୋଲିସ । ମୃତ ନାବାଳିକା ହେଲେ ଟାଙ୍ଗୀ ଥାନା କୁହୁଡି ଲକ୍ଷ୍ମୀଧର ପୁର ଗ୍ରାମର ପୂଜା ପାତ୍ର ବୟସ ୧୬ ବର୍ଷ । ପୂଜା ଦୁଇ ଦିନ ହେଲା ଘରୁ ନିଖୋଜ ଥିଲେ । ଏ ନେଇ ପରୀବାର ଲୋକେ ପୂଜା କୁ ବହୂ ଖୋଜାଖୋଜି କରିବା ସହ ଟାଙ୍ଗୀ ଥାନାରେ ଅଭିଯୋଗ କରିଥିଲେ । ହେଲେ କୌଣସି ଫଳ ମିଳି ନଥିଲା । ତେବେ ଗତ କାଲି ରାତିରେ ପୂଜାଙ୍କ ପରିବାରର ଜଣେ ମହିଳା କୂଅରୁ ପାଣି କାଢୁଥିବା ବେଳେ କୂଅ ମଧ୍ୟରେ କାହାର ଶବ ଭାସୁଥିବାର ନେଇ ଘରେ ଜଣାଇଥିଲେ । ଏ ନେଇ ପରିବାର ଲୋକେ ଟାଙ୍ଗୀ ପୋଲିସ କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଟାଙ୍ଗୀ ପୋଲିସ ଓ ଟାଙ୍ଗୀ ଅଗ୍ନିଶମ ବାହିନୀ ପହଁଚି ନାବାଳିକାର ମୃତ ଦେହକୁ କୂଅରୁ ବାହାର କରିଥିଲେ । ମୃତ ଦେହକୁ ଟାଙ୍ଗୀ ମେଡିକାଲରେ ସରଂକ୍ଷିତ କରି ରଖିଛି ପୋଲିସ । ଶବ କୁ ଜବତ କରି ତଦନ୍ତ କରୁଛି ଟାଙ୍ଗୀ ପୋଲିସ । ନାବାଳିକାର ଶବ ନିଜ ଘର କୂଅରୁ ଉଦ୍ଧାର ଘଟଣାକୁ ନେଇ ତଦନ୍ତ କରୁଛି ପୋଲିସ ।





