Thursday, April 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାମ୍ବାଦିକଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ସଭାପତି

by Anil Panda
July 12, 2020
in Feature News, Nayagarh
ସାମ୍ବାଦିକଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ସଭାପତି
28
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସମାଜ ପ୍ରତିନିଧି ପ୍ରିୟଦର୍ଶୀ ପଟ୍ଟନାୟକଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି । ରାଜ୍ୟ ସ୍ତରରେ କାର୍ଯ୍ୟରତ ଉତ୍କଳ ସାମ୍ବାଦିକ ସଂଘ, ଓଡ଼ିଶା ଜର୍ନାଲିଷ୍ଟ ଆସୋସିଏସନ୍‌, ଓଡ଼ିଶା ଜର୍ନାଲିଷ୍ଟ ୟୁନିୟନ ସମେତ ଅନେକ ସଂଘ ପକ୍ଷରୁ ଶୋକବ୍ୟକ୍ତ କରାଯାଇଛି । ଏହି ଘଟଣାକୁ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ବି ଶୋକର ଛାୟା ଖେଳି ଯାଇଥିବା ବେଳେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ଅନ୍ୟପକ୍ଷେ, ଲୋକପ୍ରିୟ ସାମ୍ବାଦିକ ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ମୃତ୍ୟୁକୁ ନେଇ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରମୋଦ ପଟ୍ଟନାୟକ ମଧ୍ୟ ଶୋକ ବ୍ୟକ୍ତ କରିବା ସହ ରାଜ୍ୟ ସରକାର ଘୋଷଣା ମୁତାବକ ତାଙ୍କ ପରିବାରକୁ ୧୫ ଲକ୍ଷ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । କରୋନା ଯୋଦ୍ଧା ଭାବେ ରାଜ୍ୟରେ ପ୍ରଥମ କରି ମୃତ୍ୟୁ ବରଣ କରିଥିବା ସାମ୍ବାଦିକ ପ୍ରିୟଦର୍ଶୀଙ୍କ ଅମର ଆତ୍ମାର ସତ୍‌ଗତି କାମନା କରିଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ହିଞ୍ଜିିଳିକାଟୁ ପାଟଣାସାହି ନିବାସୀ ସ୍ବର୍ଗତ ମଦନମୋହନ ପଟ୍ଟନାୟକ ଓ ସ୍ବର୍ଗତା କନକଲତା ପଟ୍ଟନାୟକଙ୍କ ପାଞ୍ଚ ପୁଅ-ଝିଅ ମଧ୍ୟରେ ସବା ସାନପୁଅ ପ୍ରିୟଦର୍ଶୀ ଜଣେ ସ୍ବେଚ୍ଛାସେବୀ ଭାବେ କର୍ମମୟ ଜୀବନ ଆରମ୍ଭ କରି ପରବର୍ତ୍ତୀ ସମୟରେ ସାମ୍ବାଦିକତା କ୍ଷେତ୍ରରେ ପାଦ ଥାପିଥିଲେ। ୨୦୧୪ ମସିହାରେ ସେ ସମାଜର ହିଞ୍ଜିଳିକାଟୁ ବ୍ଲକ ପ୍ରତିନିଧି ଭାବେ କାମ କରି ଅଞ୍ଚଳର ବହୁ ଜନହିତକର ଖବର ପରିବେଶଣ କରି ଘରେ ଘରେ ପରିଚିତି ଥିଲେ। ଜଣେ ପରୋପକାରୀ, ବନ୍ଧୁବତ୍ସଳ ତଥା ସମସ୍ତଙ୍କ ସ୍ନେହ ଓ ଆଦରର ପ୍ରିୟଦର୍ଶୀ ଦଳମତ ନିର୍ବିଶେଷ​‌ରେ ସମସ୍ତଙ୍କ ପ୍ରିୟପାତ୍ର ପାଲଟିଥିଲେ। ଉନ୍ନତମାନର ଖବର ପରିବେଶଣ ପାଇଁ ‘ସମାଜ’ ଶତବାର୍ଷିକୀ ସମାରୋହରେ ଶ୍ରେଷ୍ଠ ସାମ୍ବାଦିକ ଭାବେ ମଧ୍ୟ ସେ ସମ୍ମାନିତ ହୋଇଥିଲେ।

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

April 22, 2026
ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!