Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଖାକିରେ ଲାଗିଲା କଳଙ୍କ, ପୁଲିସ୍‌ ବାଇକ୍‌ ଚୋରି କରି ବନ୍ଧା ହେଲେ ହୋମଗାର୍ଡ

by ସଞ୍ଜୟ ସ୍ୱାଇଁ
November 16, 2023
in Crime, State
ଖାକିରେ ଲାଗିଲା କଳଙ୍କ, ପୁଲିସ୍‌ ବାଇକ୍‌ ଚୋରି କରି ବନ୍ଧା ହେଲେ ହୋମଗାର୍ଡ
88
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ଖାକି ବର୍ଦ୍ଦିରେ ଲାଗିଲା କଳଙ୍କ । କାରଣ ପୁଲିସ୍‌ ସାଜିଲ ଚୋର। ଚୋରି ରୋକିବା ପାଇଁ ନିଯୁକ୍ତ ହୋଇଥିବା ହୋମଗାର୍ଡ ନିଜେ ପାଲଟିଗଲେ ଗାଡି ଚୋର । ଚୋରି କରିବାକୁ ବାହାର ଜିନିଷ ନୁହେଁ, ଖୋଦ ପୁଲିସ ବିଭାଗର ବାଇକ୍‌ ଉପରେ ନଜର ପକାଇଲେ। ଆଉ ନିଜେ ଗାଡ଼ି ଚୋରି କରି ତାହାର ଅଭିଯୋଗ ଥାନାରେ କଲେ। ଶେଷରେ ଏହି ଅଭିଯୋଗରେ ପୁଲିସ୍‌ ସମ୍ପୃକ୍ତ ହୋମଗାର୍ଡ଼ଙ୍କୁ ବାନ୍ଧିଛି। ଏପରି ଏକ ହାସ୍ୟାସ୍ପଦ ଘଟଣା ଭଦ୍ରକ ଜିଲ୍ଲାରେ ଘଟିଛି। ଗିରଫ ହୋମଗାର୍ଡଜଣକ ହେଲେ ଚନ୍ଦନ ବାରିକ । ଭଦ୍ରକ ରିଜର୍ଭ ପୁଲିସରେ ହୋମଗାର୍ଡ ଚନ୍ଦନ ବାରିକ କାର୍ଯ୍ୟରତ ଥିଲେ । ରିଜର୍ଭ ପୁଲିସକୁ ମିଳିଥିବା ଗାଡି OD 05 Z 6825 କ୍ୟାମ୍ପସରୁ ଚୋରି ହୋଇଥିବା ନେଇ ଭଦ୍ରକ ଟାଉନ ଥାନାରେ ଅଭିଯୋଗ ହୋଇଥିଲା। ପରେ ତଦନ୍ତ ବେଳେ ଏହି ବାଇକ୍‌ ଚୋରି ପଛରେ ଚନ୍ଦନ ହାତ ଥିବା ପୁଲିସ୍‌ ଜାଣିବାକୁ ପାଇଥିଲା। ଏପରିକି ଏକ ଗ୍ୟାରେଜରେ ଉକ୍ତ ଗାଡ଼ିର ଇଞ୍ଜିନ ନମ୍ବର ଟ୍ୟାମ୍ପରିଙ୍ଗ ସହ ରଙ୍ଗ ବଦଳା ଯାଉଥିବା ଖବର ପାଇଥିଲା ପୁଲିସ । ପୁଲିସ୍‌ ତୁରନ୍ତ ଉକ୍ତ ଗ୍ୟାରେଜରେ ଚଢ଼ାଉ କରି ଗାଡ଼ିକୁ ଜବତ କରିଥିଲା। ଏଥିସହ ଏହାକୁ ଚୋରି ଅଭିଯୋଗରେ ଚନ୍ଦନ ଓ ତାଙ୍କୁ ସହଯୋଗ କରିଥିବା ଗ୍ୟାରେଜ ମିସ୍ତ୍ରୀ ସହାଦତ ଖାଁଙ୍କୁ ଗିରଫ କରିଛି। ଜାମିନ ନାମଞ୍ଜୁର ହେବାରୁ ଦୁଇ ଜଣଙ୍କୁ ଜେଲ ପଠାଇ ଦିଆଯାଇଛି । ଘଟଣାକୁ ନେଇ ପୁଲିସ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!