Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସବଇନ୍ସପେକ୍ଟରଙ୍କ ଉପରେ ଟ୍ରାକ୍ଟର ଚଢାଇଦେଲେ ବାଲି ମାଫିଆ

by ସଞ୍ଜୟ ସ୍ୱାଇଁ
November 15, 2023
in Crime, NATIONAL NEWS
ସବଇନ୍ସପେକ୍ଟରଙ୍କ ଉପରେ ଟ୍ରାକ୍ଟର ଚଢାଇଦେଲେ ବାଲି ମାଫିଆ
113
VIEWS
Share on FacebookShare on Twitter

ବିହାର, (ବାଘୁଆବାର୍ତ୍ତା): ବାଲି ଚୋରା ଚାଲାଣକାରୀଙ୍କର ଟ୍ରାକ୍ଟର୍ ଚଢ଼ିଯିବାରୁ ଗାଡ଼ି ଯାଞ୍ଚ କରୁଥିବା ବିହାରର ଜଣେ ପୁଲିସ ସବ୍‌-ଇନ୍‌ସ୍‌ପେକ୍ଟର୍‌ଙ୍କର ମୃତ୍ୟୁ ଘଟିଛି । ରାଜ୍ୟର ଜାମୁଇ ଜିଲ୍ଲାରେ ବେଆଇନ ଖନନ କରି ବାଲି ମାଫିଆମାନେ ଉକ୍ତ ଟ୍ରକ୍ଟରରେ ବାଲି ଚୋରା ଚାଲାଣ କରୁଥିଲେ। ଏଭଳି ସମୟରେ ସବଇନ୍ସପେକ୍ଟର ଯାଞ୍ଚ ପାଇଁ ଯାଇଥିବାବେଳେ ଏଭଳି ଘଟଣା ଘଟିଥିବା ଜଣାପଡିଛି । ମୃତ ପୁଲିସ ସବ୍‌-ଇନ୍‌ସ୍‌ପେକ୍ଟର୍ ହେ‌ଉଛନ୍ତି ୨୮ ବର୍ଷିୟ ପ୍ରଭାତରଞ୍ଜନ। ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେ ମୃତ ବୋଲି ଡାକ୍ତରମାନେ ଘୋଷଣା କରିଥିଲେ। ସେହିପରି, ରାଜେଶ କୁମାର ସାଓ ନାମରେ ଜଣେ ହୋମଗାର୍ଡ ଯବାନ ମଧ୍ୟ ଉକ୍ତ ଟ୍ରାକ୍ଟର୍ ଧକ୍କାରେ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ବୈଶାଳୀ ଜିଲ୍ଲାବାସୀ ରଞ୍ଜନ ଥିଲେ ୨୦୧୮ ବ୍ୟାଚ୍ର ଏସ୍‌. ଆଇ.। ଜାମୁଇ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ ଶୌର‌୍ୟ୍ୟ ସୁମନ କହିଛନ୍ତି, ରଞ୍ଜନ ସହକାରୀ ‘ଏସଏଚଓ’ ଭାବେ କାର‌୍ୟ୍ୟ କରୁଥିବା ଗଢ଼ି ଥାନାଠାରୁ ପ୍ରାୟ ୫ କିଲୋମିଟର୍ ଦୂର ଚନ୍ଦନୱାରା ଅଞ୍ଚଳରେ ବେଆଇନ ବାଲୁକା ଖନନ ହେଉଥିବା ବିଷୟରେ ପୁଲିସ ଗୁପ୍ତ ସୂଚନା ପାଇଥିଲା। ସେଠାକୁ ଯାଇ ଯାନବାହନ ଯାଞ୍ଚ କରିବା ବେଳେ ରଞ୍ଜନ ଓ ସାଓ ଉକ୍ତ ବାଲି ଟ୍ରାକ୍ଟରକୁ ଦେଖିଥିଲେ। ସେମାନେ ଉକ୍ତ ଟ୍ରାକ୍ଟର୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ, ଟ୍ରାକ୍ଟର୍ ଚାଳକ କୃଷ୍ଣ ରବିଦାସ ସେମାନଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇ ଘଟଣାସ୍ଥଳରୁ ଖସି ପଳାଇଥିଲେ। ଦୁର୍ଘଟଣା ଘଟାଇଥିବା ଟ୍ରକ୍ଟର୍‌କୁ ଜବତ କରାଯାଇଛି। ଟ୍ରାକ୍ଟର୍ ଚାଳକଙ୍କ ସହିତ ଥିବା ଜଣେ ବ୍ୟକ୍ତିଙ୍କୁ ବି ଗିରଫ କରାଯାଇଛି ବୋଲି ଏସପି. କହିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!