ଦଶପଲ୍ଲା, (ବାଘୁଆବାର୍ତ୍ତା): ୫୭ନଂ ଜାତୀୟ ରାଜପଥର ଦଶପଲ୍ଲା ଥାନା ଅନ୍ତର୍ଗତ ହରିଡାବାଡି ଠାରେ ମଙ୍ଗଳବାର ସନ୍ଧ୍ୟାରେ ଟ୍ରଲର ଧକ୍କାରେ ଜଣେ ଯୁବକ ମୃତ୍ୟୁ ବରଣ କରିଛନ୍ତି। ମୃତକ ଜଣକ ଶିମିଳିସାହି ପଞ୍ଚାୟତ ଅନ୍ତର୍ଗତ କଇଁମ ଗ୍ରାମର ତ୍ରିଲୋଚନ ପ୍ରଧାନଙ୍କ ପୁତ୍ର ସନ୍ତୋଷ ପ୍ରଧାନ ବୋଲି ଜଣାପଡିଛି। ସନ୍ତୋଷ ବଜାର ସଉଦା କରି ଘରକୁ ସାଇକେଲରେ ଘରକୁ ଫେରୁଥିବା ବେଳେ ଏଭଳି ଘଟଣା ଘଟିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ସନ୍ତୋଷଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ଡ୍ରାଇଭର ଗାଡିଛାଡି ଫେରାର୍ ହୋଇଯାଇଛି । ଦୁର୍ଘଟଣା ଘଟାଇ ଥିବା ଟ୍ରଲର ନମ୍ବର ହେଉଛି ଓଡି ୦୨ ସି ଏଲ୍ ୪୯୩୬ ।





