Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରଧାନ ଶିକ୍ଷକଙ୍କୁ ଲିଫ୍ଟ ମାଗିଲେ ସହକର୍ମୀ ଶିକ୍ଷୟତ୍ରୀଙ୍କ ସ୍ୱାମୀ, ବାଟରେ ମରଣାନ୍ତକ ଆକ୍ରମଣ କରି ଲୁଟିନେଲେ ଟଙ୍କା

by ସଞ୍ଜୟ ସ୍ୱାଇଁ
November 14, 2023
in Crime, State
ପ୍ରଧାନ ଶିକ୍ଷକଙ୍କୁ ଲିଫ୍ଟ ମାଗିଲେ ସହକର୍ମୀ ଶିକ୍ଷୟତ୍ରୀଙ୍କ ସ୍ୱାମୀ, ବାଟରେ ମରଣାନ୍ତକ ଆକ୍ରମଣ କରି ଲୁଟିନେଲେ ଟଙ୍କା
175
VIEWS
Share on FacebookShare on Twitter

ନବରଙ୍ଗପୁର, (ବାଘୁଆବାର୍ତ୍ତା): ମୋ ସ୍ୱାମୀଙ୍କୁ ଜୀବନରୁ ମାରିଦେଇଥାନ୍ତେ । ଭଗବାନଙ୍କ ଦୟାରୁ ମୋ ସ୍ୱାମୀ ମରଣ ମୁହଁରୁ ଫେରିଛନ୍ତି । କାହାକୁ ସାହାଯ୍ୟ କରିବା କଣ ଭୁଲ୍‌, ମୋ ସ୍ୱାମୀ କାହାର କଣ ଭୁଲ କରିଥିଲେ କାହିଁକି ତାଙ୍କର ଏ ଅବସ୍ଥା କରିଦେଲେ । ହସ୍ପିଟାଲ ବେଡରେ ଶୋଇଛନ୍ତି ସ୍ୱାମୀ । ପାଖରେ ସ୍ତ୍ରୀ ବସି ଭାବୁଛନ୍ତି ଏମିତି ସବୁ କଥା । ଡାକ୍ତରଖାନା ବେଡ ଉପରେ ଶୋଇଛନ୍ତି ଜଣେ ପ୍ରଧାନ ଶିକ୍ଷକ । ଯିଏ କି ଜଣେ ଶିକ୍ଷୟତ୍ରୀଙ୍କ ସ୍ୱାମୀଙ୍କ ଦ୍ୱାରା ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି । ସେ ନିଜେ ବି ଜାଣିନାହାଁନ୍ତି କେମିତି ଆସି ସେ ହସ୍ପିଟାଲରେ ପହଁଚିଲେ । କାହିଁକିନା ଦିଦିଙ୍କ ସ୍ୱାମୀ ହେଡ ସାରଙ୍କ ମୁଣ୍ଡକୁ କରିଥିଲେ ଶକ୍ତ ପ୍ରହାର । ବାସ୍ତବରେ ଘଟଣା ଥିଲା କିଛି ଏପରି । ପ୍ରଧାନ ଶିକ୍ଷକଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରାଯାଇଛି ପୁଣି ଅନ୍ୟ କେହି ନୁହେଁ ସହକର୍ମୀ ଶିକ୍ଷୟତ୍ରୀଙ୍କ ସ୍ୱାମୀ ଭିଆଇଛନ୍ତି ଏହି କାଣ୍ଡ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଡନୀ ଆଶ୍ରମ ସ୍କୁଲ ପ୍ରଧାନଶିକ୍ଷକ ଧନୁର୍ଜୟ ନାୟକଙ୍କୁ ମାଡ଼ମାରି ତାଙ୍କ ଠାରୁ ଏକଲକ୍ଷ ୪୦ ହଜାର ଟଙ୍କା ସହ ସୁନା ଚେନ,ମୁଦି,ବାଇକ ଲୁଟି ନେଇଛନ୍ତି ସାଙ୍ଗରେ ଆସୁଥିବା ଦିଦିଙ୍କ ସ୍ୱାମୀ । ହେଡ ସାରଙ୍କ ବାଇକରେ ଆସୁଥିବା ସହକର୍ମୀ ଶିକ୍ଷୟିତ୍ରୀଙ୍କ ସ୍ୱାମୀ ତାଙ୍କୁ ମାଡ ମାରି ଟଙ୍କା ଓ ସୁନା ଲୁଟିନେଇଥିବା ଅଭିଯୋଗ ହୋଇଛି । ବାଇକରେ ଲିଫ୍ଟ ମାଗି ଅଧାରାସ୍ତାରେ ଶିକ୍ଷକଙ୍କୁ ମାଡ଼ମାରି ଲହୁଲୁହାଣ କରି ଲୁଟିନେଲେ ଟଙ୍କା। ଏହାପରେ ଗୁରୁତର ପ୍ରଧାନ ଶିକ୍ଷକଙ୍କୁ ନବରଙ୍ଗପୁର ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଯାହା ଖବର ରହିଛି ଝରୀଗାଁ,ବଡନୀ ଆଶ୍ରମ ସ୍କୁଲର ପ୍ରଧାନଶିକ୍ଷକ ଧନୁର୍ଜୟ ନାୟକ ସ୍କୁଲର ମଧ୍ୟାହ୍ନ ଭୋଜନ ଟଙ୍କା,ବ୍ୟାଙ୍କରୁ ଉଠାଇ ପ୍ରଥମେ ସ୍କୁଲ ଯାଇ ଡାବୁଗାଁ ସ୍ଥିତ ଘରକୁ ବାଇକ ଯୋଗେ ଯିବାପାଇଁ ବାହାରିବା ସମୟରେ ସେହି ସ୍କୁଲର ସହକର୍ମୀ ଶିକ୍ଷୟିତ୍ରୀ ଶୁଭ୍ରାଙ୍ଗିନୀ ମହଲିକ ତାଙ୍କ ସ୍ୱାମୀ ବିନୋଦ କୁମାର ନାୟକଙ୍କୁ ସାଥିରେ ନେଇ ଡାବୁଗାଁରେ ଛାଡ଼ିଦେବାକୁ ପ୍ରଧାନ ଶିକ୍ଷକଙ୍କୁ ଅନୁରୋଧ କରିଥିଲେ। ସହକର୍ମୀ ଶିକ୍ଷୟତ୍ରୀଙ୍କ ସ୍ୱାମୀ ଙ୍କ ସହ ପ୍ରଧାନ ଶିକ୍ଷକ ଶ୍ରୀ ନାୟକ ଡାବୁଗାଁ ଜୀବା ବାଟରେ ପରିସ୍ରା କରିବା ପାଇଁ ଗାଡି ଅଟକେଇବାକୁ କହିଲେ ଦିଦିଙ୍କ ସ୍ୱାମୀ । ତାପରେ ରାସ୍ତାରେ ପଡିଥିବା ଏକ ପଥରରେ ପଛପଟୁ ପ୍ରଧାନ ଶିକ୍ଷକଙ୍କ ମୁଣ୍ଡରେ ଛେଚି ଦେଇଥିଲେ ଫଳରେ ସେ ତଳେ ପଡିଯିବା ପରେ ତାଙ୍କ ମୁଣ୍ଡକୁ ଅମାନୁଷିକ ଭାବେ ଆକ୍ରମଣ କରିଥିଲେ । ଏହାପରେ ପ୍ରଧାନ ଶିକ୍ଷକଙ୍କ ପାଖରେ ଥିବା ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ବାବଦର ୧ ଲକ୍ଷ ୪୦ ହଜାର ଟଙ୍କା ସହ ସେ ପିନ୍ଧିଥିବା ସୁନା ଚେନ, ମୁଦି ଲୁଟିବା ସହ ତାଙ୍କ ବାଇକ ମଧ୍ୟ ନେଇ ଫେରାର ହୋଇଯାଇଛନ୍ତି ଶିକ୍ଷୟତ୍ରୀଙ୍କ ସ୍ୱାମୀ ବିନୋଦ । ଗୁରୁତର ଅବସ୍ଥାରେ ଶିକ୍ଷକ ଜଣକ ପ୍ରଥମେ ଡାବୁଗାଁ ରେ ଭର୍ତ୍ତି ହୋଇଥିଲେ ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି । ତେବେ ଏଭଳି ଜଣଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିବା ପଛରେ କାରଣ ଜଣାପଡିନାହିଁ । ଏହା କେବଳ ଲୁଟ୍ ଉଦ୍ଦେଶ୍ୟରେ ନା ଅନ୍ୟ କିଛି କାରଣ ପାଇଁ ତାହା ତଦନ୍ତ ପରେ ଜଣାପଡିବ । କିନ୍ତୁ ସତରେ ଏତେ ବଡ ଏକ ଅଘଟଣରୁ ଭଗବାନ ପ୍ରଧାନ ଶିକ୍ଷକଙ୍କର ଜୀବନ ବଞ୍ଚାଇ ଦେଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!