ଭୂବନେଶ୍ୱର, (ବାଘୁଆବାର୍ତ୍ତା) : ସାରା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ସରକାର ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ୧୪୪୧ ଶର୍ଯ୍ୟା ବୃଦ୍ଧି କରିଛନ୍ତି । ଏଥିମଧ୍ୟରେ ହାଇଟେକ୍ ହସ୍ପିଟାଲରେ ୫ ଶହ ଶର୍ଯ୍ୟା କୋଭିଡ୍ କେୟାର ସେଣ୍ଟର ପାଇଁ ଅନୁମତି ଦିଆଯାଇଥିବା ବେଳେ ସମ୍ ହସ୍ପିଟାଲ ଏବଂ ମେଡିକାଲରେ ୫ ଶହ ଶର୍ଯ୍ୟା, ଜଟଣୀ ଏବଂ ଜାମୁଝରୀରେ ୩ ଶହ ଶର୍ଯ୍ୟା ପାଇଁ ସ୍ୱାସ୍ଥ୍ୟ ବିଭାଗ ଅନୁମତି ଦେଇକ୍ତି । ଏହା ବାଦ୍ ନୀଳାଚଳ ଡିଏଚ୍ସି ପାଇଁ ୧୨୬ ଶର୍ଯ୍ୟା ଏବଂ ୧୫ ଆସିୟୁ ପାଇଁ ଅନୁମତି ଦିଆଯାଇଛି ।





