ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଟାଉନ ଥାନାକୁ ମିଳିଛି ବଡ଼ ସଫଳତା । ଟାଉନ ଥାନା ସବ୍ ଇନିସ୍ପେକ୍ଟର ଧର୍ମେନ୍ଦ୍ର ଶିଆଳଙ୍କ ନେତୃତ୍ୱରେ ୮ ଚୋରା ବାଇକକୁ ଧରିବାରେ ନୟାଗଡ଼ ଟାଉନ ଥାନା ପୋଲିସ ସଫଳତା ଲାଭ କରିଛି । ନୟାଗଡ଼ ନିକଟସ୍ଥ ରତନପୁର ଗ୍ରାମର ଖଲି ସାହୁଙ୍କ ପୁଅ ଅବକାଶ ସାହୁ ବୟସ-୩୫ ଓ ନୟାଗଡ଼ ଯଦୁମଣି ନଗରର ସୁବାସ ଗୌଡ଼ଙ୍କ ପୁଅ ଜିତେନ୍ଦ୍ର ଗୌଡ଼କୁ ପୋଲିସ ଗିରଫ କରିଛି । ଟାଉନ ଥାନା କେସ ନଂ ୨୯୫/୨୩ ରେ ଏକ ମାମଲା ରୁଜ କରାଯାଇ ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ଟାଉନ ଥାନା ସବ୍ ଇନିସ୍ପେକ୍ଟର ସନ୍ତୋଷ କୁମାର ଦାସ ଏହି କେସର ଦାୟିତ୍ୱ ନେଇଛନ୍ତି ।





