Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଢାବା ଓ ଦୋକାନ ସିଲ୍‌, ୫ହଜାର ଟଙ୍କା ଜୋରିମନା ଆଦାୟ

by Anil Panda
July 11, 2020
in Breaking
ଢାବା ଓ ଦୋକାନ ସିଲ୍‌, ୫ହଜାର ଟଙ୍କା ଜୋରିମନା ଆଦାୟ
24
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ନେଇ ଏବେ ସବୁଠି ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ନୟାଗଡ ଜିଲ୍ଲାପାଳ ଡ. ପୋମା ଟୁଡୁ କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ପ୍ରଶାସନିକ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ତେବେ କରୋନା କଟକଣାକୁ ଅମାନ୍ୟ କରି ଖଣ୍ଡପଡ଼ା, ଖଳିସାହି ଓ ଏହାର ଆଖପାଖ ଅଚଂଳରେ ବ୍ୟବସାୟ ପ୍ରତିଷ୍ଠାନ, ହୋଟେଲ ଓ ଢାବା ଚଳାଇଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ପ୍ରଶାସନ ପକ୍ଷରୁ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡିଛି । ଖଣ୍ଡପଡା ବାଇପାସ୍ ରାସ୍ତାରେ ଅବସ୍ଥିତ ଦୀପକ ଢାବାକୁ ପ୍ରଶାସନ ପକ୍ଷରୁ ସିଲ୍ କରି ଦିଆଯାଇଛି । ସେହିପରି ଖଳିସାହି ବଜାରର କେତେକ ବ୍ୟବସାୟ ପ୍ରତିଷ୍ଠାନ ଉପରେ ପ୍ରଶାସନିକ ଅଧିକାରୀମାନେ ଅଚାନକ ଚଢ଼ାଉ କରି ଦୋକାନ ଗୁଡିକୁ ସିଲ କରି ଦେଇଥିବା ଜଣାପଡିଛି । ମାସ୍କ ନପିନ୍ଧି ଏଣେ ତେଣେ ବୁଲୁଥିବା ବ୍ୟକ୍ତି ବିଶେଷଙ୍କ ପ୍ରତି ଖଣ୍ଡପଡା ପୋଲିସ ପ୍ରଶାସନ କଡା ନଜର ରଖିଥିବା ବେଳେ ଗତ ୨ଦିନ ମଧ୍ୟରେ ଆଇଆଇସି ବିମଳ କୁମାର ମଲ୍ଲିକ, ଏସଆଇ ରାମଦାଶ ବେଶ୍ରାଙ୍କ ନେତୃତ୍ୱରେ ଖଣ୍ଡପଡ଼ା ଥାନା ଇଲାକାର ବିଭିନ୍ନ ସ୍ଥାନରେ ପୋଲିସ ଟିମ ଚଢାଉ କରି ମାସ୍କ ପିନ୍ଧିନଥିବା ୨୫ ଜଣ ବ୍ୟକ୍ତିଙ୍କ ଠାରୁ ଜୋରିମନା ବାବଦରେ ୫ହଜାର ଟଙ୍କା ଆଦାୟ କରିଥିବା ଖଣ୍ଡପଡା ଥାନା ସୁତ୍ରରୁ ଜଣାପଡିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!