ନୟାଗଡ଼,(ବାଘୁଆବାର୍ତ୍ତା): ରାଜ୍ୟରେ କାୟା ମେଲାଇ ଚାଲିଥିବା କରୋନା ଦ୍ୱାରା ଆକ୍ରାନ୍ତ ହୋଇ ପ୍ରଥମ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଗଞ୍ଜାମ ଜିଲ୍ଲା ହିଜିଂଳିକାଟୁର ଏକ ପ୍ରମୂଖ ଖବରକାଗଜ ପ୍ରତିନିଧି ଭାବେ କାର୍ଯ୍ୟରତ ଏହି ଗଣମାଧ୍ୟମ ପ୍ରତିନିଧିଙ୍କ ମୃତ୍ୟୁକୁ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି । ଏହି ଘଟଣା ପରେ ଗଞ୍ଜାମ ଜିଲ୍ଲାରେ କରୋନା ଭୟାବହତାକୁ କେତେ ତାହା ପ୍ରମାଣିତ ହୋଇଛି । ସାଧାରଣ ଜନତା ଏହି ଘଟଣାକୁ ଲକ୍ଷ୍ୟ କରି ସାମାଜିକ ଦୂରତା ଅବଲମ୍ବନ ଏବଂ ମାସ୍କ ବ୍ୟବହାର ଉପରେ ଗୃରୁତ୍ୱ ଦେବାକୁ ଦାବି ହେଉଛି ।





