ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଦଶପଲ୍ଲା ସହରର ତ୍ରିନାଥ ବଜାର ନିକଟରୁ ପୁଲିସ ୨୪ ଲିଟର ୭୫୦ମି.ଲି ଚୋରା ବିଦେଶୀ ମଦ ଜବତ କରିଛି । ଏହି ଘଟଣାରେ ବିରବର ବେହେରା ନାମକ ବ୍ୟକ୍ତିକୁ ପୁଲିସ ଗିରଫ କରିଛି । ସୂଚନାନୁସାରେ, ଜଣେ ଚୋରା ମଦ ବ୍ୟବସାୟୀକୁ ଶୁକ୍ରବାର ବିଳମ୍ବିତ ସଂନ୍ଧ୍ୟାରେ ମଦ ନେଇ ଯାଉଥିବା ନେଇ କୈାଣସି ସୁତ୍ରରୁ ଖବର ପାଇଥିଲା । ଯାହାକୁ ନେଇ ଦଶପଲ୍ଲା ପୁଲିସ ତ୍ରିନାଥ ଛକ ଠାରେ ଛକି ଥିବା ବେଳେ ବିରବର ଦଶପଲ୍ଲାରୁ ଏହି ମଦପେଟି ସବୁ ନେଇ ଯାଉଥିବା ବେଳେ ପୋଲିସ ହାବୁଡରେ ପଡିଥିଲା । ବ୍ୟବସାୟୀ ଜଣକ ତାଙ୍କ ବୟାନରେ ନୂଆଗାଁ ପଞ୍ଚାୟତ ଅଭୟପୁର ନେଉଥିବା କହିଥିବା ବେଳେ ପଙ୍କୁଆ ଛକରେ ମଧ୍ୟ ତାଙ୍କର ଏହି ବ୍ୟବସାୟର ଶାଖା ଥିବା ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ । ତେବେ ସଟ୍ଡାଉନ୍ ସମୟରେ ମଦଦୋକାନ ବନ୍ଦର ସୁଯୋଗ ନେଇ ଅଧିକ ଲାଭ ଆଶାରେ ବ୍ୟବସାୟୀ ଜଣକ ନେଉଥିବା ବେଳେ ପୋଲିସ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି । ଏହି ଚଢାଉରେ ଥାନା ଆଇଆଇସି ବିଶ୍ୱଜିତ୍ ରାଉତରାୟ, ସେକେଣ୍ଡ ଅଫିସର ଚକ୍ରଧର ସିଂ, କନେଷ୍ଟବଳ ବିଶ୍ୱଜିତ୍ ମହାପାତ୍ର ପ୍ରମୁଖ ସାମିଲ ଥିଲେ ।






