ନୟାଗଡ଼,(ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ ନିଦ ହଜାଇଲା କରୋନା । ଜିଲ୍ଲାରୁ ୩୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଦରବ୍ଲକ ଲକ୍ଷ୍ମୀପ୍ରସାଦରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ଲକ୍ଷ୍ମୀପ୍ରସାଦ ଗ୍ରାମର ଗୋଟିଏ ସାହିକୁ ନାକାବନ୍ଦୀ କରାଯାଇଥିବା ବେଳେ କୋଭିଡ୍ ନିୟମକୁ କଡ଼ାକଡ଼ି କରାଯାଇଛି । ଲକ୍ଷ୍ମୀପ୍ରସାଦ ସରପଂଚ ଇଂ ସୈାମ୍ୟ ରଂଜନ ପ୍ରଧାନ ଆକ୍ରାନ୍ତଙ୍କ ପରିବାର ସଦସ୍ୟଙ୍କ ସ୍ୱାବ ଟେଷ୍ଟିଂ କରାଇବା ନେଇ ବ୍ୟବସ୍ଥା କରିବ ସହ ଲୋକଙ୍କୁ ବାହାରକୁ ନବାହାରିବା ଏବଂ ସାମାଜିକ ଦୂରତା ଅବଲମ୍ବନ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ସେହିଭଳି ବରିଷ୍ଠ ନାଗରିକମାନେ କୈାଣସି ବି ପରିସ୍ଥିତିରେ ବାହାରକୁ ନବାହାରନ୍ତୁ ବୋଲି ସରପଂଚ କହିଛନ୍ତି ।






