Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୪ ଘଣ୍ଟାରେ ୮୦୦ ଥର ଭୂମିକମ୍ପ

by ସଞ୍ଜୟ ସ୍ୱାଇଁ
November 11, 2023
in NATIONAL NEWS, WORLD
୧୪ ଘଣ୍ଟାରେ ୮୦୦ ଥର ଭୂମିକମ୍ପ
44
VIEWS
Share on FacebookShare on Twitter

ଆଇସଲ୍ୟାଣ୍ଡ୍, (ବାଘୁଆବାର୍ତ୍ତା): ଦକ୍ଷିଣ-ପଶ୍ଚିମ ରେକଜାନେସ୍ ପେନିନ୍‌ସୁଲାରେ ଲଗାତର ଭା‌େ ଅନେକଗୁଡ଼ିଏ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହେବା ପରେ ଆଇସଲ୍ୟାଣ୍ଡରେ ଶୁକ୍ରବାର ଦିନ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ରିପୋର୍ଟରୁ ପ୍ରକାଶ ଯେ ଶୁକ୍ରବାର ରାତିରେ ଆରମ୍ଭ ହୋଇଥିବା ଏହି ସରିଜ୍‌ ଭୂକମ୍ପ ୧୪ ଘଣ୍ଟା ମଧ୍ୟରେ ୮୦୦ ଥର ଝଟ୍‌କା ଦେଇଛି। ଭୂକମ୍ପ ପରେ ସିଭିଲ୍ ସୁରକ୍ଷା ଏବଂ ଜରୁରୀକାଳୀନ ପରିଚାଳନା ବିଭାଗ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, ଗ୍ରୀନଭିକର ଉତ୍ତରରେ ଥିବା ସୁନ୍ଦନଜୁକଗିଗରରେ ସିରିଜ୍‌ ଭୂକମ୍ପ ଯୋଗୁ ନାଗରିକମାନଙ୍କ ସୁରକ୍ଷା ପାଇଁ ଜାତୀୟ ପୁଲିସ ମୁଖ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଭୂକମ୍ପ ଆହୁରି ବଡ଼ ହୋଇପାରେ ଏବଂ ଏହି ସିରିଜ୍‌ ଭୂମିକମ୍ପ ବିସ୍ଫୋରଣର ରୂପ ନେଇପାରେ ବୋଲି ପ୍ରଶାସନ ଚେତାବନୀ ଦେଇଛି। ଆଇସଲ୍ୟାଣ୍ଡ୍ ମେଟ୍ ଅଫିସ୍ କହିଛି ଯେ. କିଛି ଦିନ ମଧ୍ୟରେ ଏକ ବିସ୍ଫୋରଣ ହୋଇପାରେ। ପାଖାପାଖି ୪ ହଜାର ଲୋକ ବାସ କରୁଥିବା ଗ୍ରିଣ୍ଡାଭିକ୍ ଗାଁ, ଦକ୍ଷିଣ-ପଶ୍ଚିମ ଅଞ୍ଚଳଠାରୁ ପ୍ରାୟ ତିନି କିଲୋମିଟର ଦୂରରେ ଅବସ୍ଥିତ। ଏହିଠାରେ ହିଁ ଶୁକ୍ରବାର ଭୂକମ୍ପ ହୋଇ ସମଗ୍ରୀ ଅଞ୍ଚଳକୁ ଥରାଇ ଦେଇଛି। ଯଦି ଆଗାମୀ ଦିନରେ ଏହି ଭୂକମ୍ପ ହେତୁ ଲାଭା ବିସ୍ଫୋରଣ ପରିସ୍ଥିତି ସୃଷ୍ଟି ହୁଏ ତ ଲୋକମାନଙ୍କୁ ସ୍ଥାନାନ୍ତର ଯୋଜନା ବି ରହିଛି। ରାଜଧାନୀ ରେକଜାଭିକଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଏବଂ ଦେଶର ଦକ୍ଷିଣ ଉପକୂଳରେ ପ୍ରାୟ ୧୭୩୦ ଜିଏମଟିରେ ଅନୁଭୂତ ହୋଇଥିବା ଭୂମିକମ୍ପରେ ଘରର ଝରକା ଏବଂ ସାମଗ୍ରୀ ଏପଟସେପଟ୍‌ ହୋଇ ଯାଇଥିଲା। ପ୍ରାଥମିକ ଆଇଏମଓର ଆକଳନ ଅନୁଯାୟୀ, ଏହି ବଡ଼ ଭୂକମ୍ପ ୫.୨ ତୀବ୍ରତା ଥିଲା। ଆଇଏମଓ ଅନୁଯାୟୀ ଅକ୍ଟୋବର ମଧ୍ୟଭାଗରୁ ଉପଦ୍ୱୀପରେ ପ୍ରାୟ ୨୪,୦୦୦ ଭୂକମ୍ପ ସଂଗଠିତ ହୋଇ ସାରିଲାଣି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!