ନୟାଗଡ଼,(ବାଘୁଆବାର୍ତ୍ତା): ଚଳିତ ମାସ ପହିଲାରୁ ଆରମ୍ଭ ହୋଇଥିବା ଜିଲ୍ଲାବ୍ୟାପି ସେବା ଉତ୍ସବ ଆଜି ଉଦ୍ଯାପିତ ହୋଇଯାଇଛି । ଚଳିତ ବର୍ଷ ଜିଲ୍ଲାରେ ଚତୁର୍ଥ ଥର ପାଇଁ ଅସହାୟ ଏବଂ ନିଃସହାୟ ବ୍ୟକ୍ତିମାନଙ୍କୁ ସେବା ସମିତି ପକ୍ଷରୁ ସହାୟତା ପ୍ରଦାନ କରାଯାଇଥିଲା । ସେବା ସମିତିର ଅଧ୍ୟକ୍ଷ ଶିବରାମ ମହାପାତ୍ରଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ସେବା ଉତ୍ସବରେ ଅସହାୟ ଲୋକଙ୍କୁ ବସ୍ତ୍ର ଓ ମାସ୍କ ବଣ୍ଟନ କରାଯାଇଥିଲା । ପ୍ରତିବର୍ଷ ଜିଲ୍ଲାରେ ନିରାଶ୍ରୟ ଲୋକଙ୍କ ପାଖରେ ପହଂଚି ବସ୍ତ୍ର, ଖାଦ୍ୟପେୟ ପ୍ରଦାନ କରା ଯାଉଥିବା ବେଳେ ଚଳିତ ବର୍ଷ କରୋନା ମହାମାରୀ କାରଣରୁ ବିଭିନ୍ନ କାର୍ଯ୍ୟକ୍ରମରେ କାଣ୍ଟଛାଣ୍ଟ କରାଯାଇଥିଲା । ଅନେକ ଛାତ୍ରଛାତ୍ରୀଙ୍କୁ ଚଳିତ ବର୍ଷ ପାଠ୍ୟ ଉପକରଣ ପ୍ରଦାନ କରାଯାଇଛି । ଆଜି ବାହାଡ଼ାଝୋଲାର ଶ୍ରୀ ଅରବିନ୍ଦ ଶିକ୍ଷାକେନ୍ଦ୍ର ଠାରେ ସେବା ଉତ୍ସବର ଉଦ୍ଯାପନି ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ଦିବ୍ୟାଙ୍ଗମାନଙ୍କୁ ସାମିଲ୍ କରି ସମସ୍ତଙ୍କୁ ବସ୍ତ୍ର ଏବଂ ଖାଦ୍ୟପେୟ ପ୍ରଦାନ କରାଯାଇଥିଲା । ସେବା ଉତ୍ସବ ପକ୍ଷରୁ ଏଭଳି ନିଆରା କାର୍ଯ୍ୟକ୍ରମକୁ ଶ୍ରୀ ଅରବିନ୍ଦ ଶିକ୍ଷା କେନ୍ଦ୍ରର ଦିବ୍ୟାଙ୍ଗମାନେ ସ୍ୱାଗତ କରିବା ସହ ସମିତିର ଅଧ୍ୟକ୍ଷଙ୍କୁ ପ୍ରଂଶସା କରିଥିଲେ । ଏହି ଉଦ୍ଯାପନି ଉତ୍ସବ କାର୍ଯ୍ୟକ୍ରମରେ ଶିକ୍ଷକ ନରେନ୍ଦ୍ର କୁମାର ସାହୁଙ୍କ ସଂଯୋଜନାରେ ସନ୍ତୋଷ କୁମାର ପ୍ରଧାନ, ସୈାମ୍ୟରଂଜନ ପ୍ରଧାନ, ମନୋଜ କୁମାର ସାହୁ, ସରପଂଚ ବିନୋଦ କୁମାର ସାହୁ, ସୂର୍ଯ୍ୟନାରାୟଣ ସାହୁ ଏବଂ ଓମ୍ ସାଇ ଦୃଷ୍ଟିହୀନ ଲୋକ ସଙ୍ଗୀତର କଳାକାରମାନେ ଯୋଗ ଦେଇଥିଲେ ।





