Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହାତ ଧରିବେ ଜୟରାମ ପାଙ୍ଗୀ

by ସଞ୍ଜୟ ସ୍ୱାଇଁ
November 10, 2023
in Politics, State
ହାତ ଧରିବେ ଜୟରାମ ପାଙ୍ଗୀ
80
VIEWS
Share on FacebookShare on Twitter

କୋରାପୁଟ, (ବାଘୁଆବାର୍ତ୍ତା): ଶଙ୍ଖ ଓ ଫୁଲ ଛାଡ଼ିବା ପରେ ଏବେ ହାତ ଧରିବେ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ। ନଭେମ୍ବର ୧୬ ତାରିଖରେ କଂଗ୍ରେସରେ ଯୋଗଦେବା ନେଇ ସୋଶାଲ୍ ମିଡିଆ ଫେସବୁକରେ ସୂଚନା ଦେଇଛନ୍ତି ଜୟରାମ। ଏନେଇ ଜୟରାମ ପାଙ୍ଗୀ କହିଛନ୍ତି, ଯଦି ଭବିଷ୍ୟତରେ କେଉଁ ଦଳକୁ ଯିବି, ତାହା ହେଲେ କଂଗ୍ରେସ ଦଳକୁ ଯିବି। ମୋ ବାପା କଂଗ୍ରେସରେ ଥିଲେ। ମୋ ପରିବାର ହେଉଛି କଂଗ୍ରେସ। ସେହି ଦୃଷ୍ଟିରୁ ମୁଁ କଂଗ୍ରେସରେ ସାମିଲ ହେବି। ମୁଁ ନିକଟରେ କଂଗ୍ରେସରେ ସାମିଲ ହେବା କଥା। ହେଲେ ଛତିଶଗଡ଼ ନିର୍ବାଚନ ପାଇଁ ପ୍ରୋଗାମକୁ ଘୁଞ୍ଚାଇ ଦିଆଯାଇଛି। କିଛି ଦିନ ମଧ୍ୟରେ ମୁଁ କଂଗ୍ରେସରେ ସାମିଲ ହେବି। ପୂର୍ବରୁ କଂଗ୍ରେସକୁ ବିରୋଧ କରୁଥିବା ବେଳେ ଏବେ କିପରି କଂଗ୍ରେସରେ ମିଶିବେ ପ୍ରଶ୍ନରେ ଜୟରାମ କହିଛନ୍ତି, ମୁଁ ବିଜୁବାବୁଙ୍କ ଆଦର୍ଶରେ ଚାଲୁଥିଲି। ମୁଁ କୌଣସି ଦଳକୁ ବିରୋଧ କରୁ ନଥିଲି। ବିଜୁବାବୁଙ୍କ ଆଦର୍ଶକୁ ଦେଖି ରାଜନୀତିରେ ସାମିଲ ହୋଇଥିଲି। ମୁଁ କୌଣସି ଦଳ ଉପରେ ଭରସା କରୁ ନଥିଲି। ମୁଁ ନେତାଙ୍କ ଉପରେ ଭରସା କରୁଥିଲି। ଏବେ ବିଜେଡିକୁ ହରାଇବା, ଓଡ଼ିଶାରେ ସରକାର ପରିବର୍ତ୍ତନ କରିବା ମୁଖ୍ୟ ଉଦ୍ଦେଶ୍ୟ ରହିଛି ବୋଲି ଜୟରାମ ପାଙ୍ଗୀ କହିଛନ୍ତି। ଜୟରାମ ପାଙ୍ଗୀ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ BRS ଦଳରେ ସାମିଲ ହୋଇଥିଲେ। ତା’ ପୂର୍ବରୁ ସେ ଜନତା ଦଳ, ବିଜେଡି ଓ ବିଜେପିରେ ସାମିଲ ହୋଇଥିଲେ। ଜୟରାମ ୪ ଥର ବିଧାୟକ ହୋଇଥିବା ବେଳେ ଥରେ ଲୋକସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ। ୧୯୭୭ ମସିହାରେ ଜନତା ପାର୍ଟି ଟିକେଟ୍‌ରେ ସେ ପଟାଙ୍ଗି ଆସନରୁ ପ୍ରଥମେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହା ପରେ ୧୯୯୦ରେ ସେ ଏହି ଆସନରୁ ବିଜୟୀ ହୋଇଥିଲେ। ତେବେ ସେଥର ଜନତା ଦଳ ଟିକେଟ୍‌ରେ ବିଧାନସଭାକୁ ଯାଇଥିଲେ। ୨୦୦୦ ଓ ୨୦୦୪ରେ ଜୟରାମ ପାଙ୍ଗୀ ବିଜେଡି ଟିକେଟ୍‌ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ରେ ସେ ବିଜେଡି ଟିକେଟ୍‌ରେ କୋରାପୁଟ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୭ରେ ସେ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ସେ ବିଜେପି ଟିକେଟ୍‌ରେ କୋରାପୁଟ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ତେବେ ପରାସ୍ତ ହୋଇଥିଲେ।।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!