ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସ୍ୱଂୟ ଶାସିତ ମହାବିଦ୍ୟାଳୟ ପରିସରରୁ ଆଜି ଜଣେ ଶିଶୁ ଶ୍ରମିକକୁ ଉଦ୍ଧାର କରାଯାଇଥିବା ଜଣାଯାଇଛି । କୈାଣସି ସୁତ୍ରରୁ ଖବରପାଇ ଏହି ଶିଶୁ ଶ୍ରମିକଙ୍କୁ ଚାଇଲ୍ଡ ଲାଇନ୍ ଉଦ୍ଧାର କରିଥିବା ଜଣାଯାଇଛି । ସୂଚନାନୁସାରେ, ୧୦୯୮ ନଂ ଜରିଆରେ ଖବରପାଇ ଆଜି ନୟାଗଡ଼ ଚାଇଲ୍ଡ ଲାଇନ ସ୍ୱଂୟ ଶାସିତ ମହାବିଦ୍ୟାଳୟରେ ପହଂଚିଥିଲା । ସେଠାରେ ଜଣେ ନାବାଳକ ଶିଶୁ ନିଜ ବାପାଙ୍କ ସହ କୋଠା ନିର୍ମାଣ କାମରେ ନିୟୋଜିତ ଥିଲା । ନାବାଳକର ବାପା ରାଜମୀସ୍ତ୍ରି ଭାବେ କାମ କରୁଥିବା ବେଳେ ପୁଅକୁ ଶ୍ରମିକ ଭାବେ କାମରେ ନିୟୋଜିତ କରାଯାଇଥିଲା । ଚାଇଲ୍ଡ ଲାଇନ ନାବାଳକଙ୍କୁ ଉଦ୍ଧାର କରି ସିଡବ୍ଲ୍ୟୁସିରେ ହାଜର କରିଥିବା ଅଧ୍ୟକ୍ଷ ସ୍ୱଦେଶ ମିଶ୍ର ସୂଚନା ଦେଇଛନ୍ତି । କୋଠା ନିର୍ମାଣ ଭଳି ବିପଦ୍ପୂର୍ଣ୍ଣ କାର୍ଯ୍ୟରେ ଠିକାଦାର କିଭଳି ଶିଶୁ ଶ୍ରମିକଙ୍କୁ ନିୟୋଜିତ କରିଥିଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।





